ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ବିମାନ ସେବା ଆରମ୍ଭ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପୂର୍ବରୁ ସ୍ପାଇଶଜେଟ୍ ତରଫରୁ ଝାରସୁଗୁଡାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲା । ଏହା ଦ୍ୱାରା ପଶ୍ଚିମ ଓଡିଶାର ଅଧିଂକାଶ ଲୋକମାନେ ସେବାର ଲାଭ ପାଇଥିଲେ ଏବଂ ବାଣିଜ୍ୟିକ ଦୃଷ୍ଟିରୁ ମଧ୍ୟ ସଫଳ ମଧ୍ୟ ହୋଇଥିଲା । ଏହାବ୍ୟତିତ ସାଇଶଜେଟ୍ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ କୋଲକାତାକୁ ମଧ୍ୟ ବିମାନ ସେବା ଆରମ୍ଭ କରିଛି ।  ଯଦ୍ୱାରା ଦେଶର ଉତରପୂର୍ବ ଏବଂ ଦକ୍ଷିଣ ଭାଗରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି ।

ତେବେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଏବଂ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗର ଅଭାବ ରହିଛି । ତାଙ୍କର ସୂଚନାନୁସାରେ ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ସଳଖ ବିମାନ ଚଳାଚଳ କରିବା ପାଇଁ  ପଶ୍ଚିମ ଓଡିଶାର ଯାତ୍ରୀମାନଙ୍କର ଦାବୀ ରହିଛି ।

ପଶ୍ଚିମ ଓଡିଶା ଲୋକଙ୍କର ସୁବିଧାକୁ ଧ୍ୟାନରେ ରଖି ଖୁବ ଶୀଘ୍ର ଝାରସୁଗୁଡା ଓ ମୁମ୍ବାଇ ମଧରେ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହାବ୍ୟତିତ ମୁମ୍ବାଇ ଓ ଝାରସୁଗୁଡା ମଧ୍ୟରେ ଉଡାଣ ଓ ଅବତରଣ ପାଇଁ ସମୟ ଦେବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Related Posts