ପଟ୍ଟନାୟକଙ୍କୁ ପିନ୍‌ ମାରିଲେ ପ୍ରଧାନ !

ସତ୍ୟପାଠ ବ୍ୟୁରୋ: ମଞ୍ଚ ତାଙ୍କର, ଅତିଥି ତାଙ୍କର, ମାଇକ୍‌ ତାଙ୍କର, କନକ ଟିଭି ଓ କନକ ନ୍ୟୁଜ୍‌ର 10 ବର୍ଷ ପୂର୍ତ୍ତି ଉତ୍ସବ ବି ତାଙ୍କର କିନ୍ତୁ ଉପଦେଶ ପ୍ରଧାନଙ୍କର । ସମ୍ବାଦ ଓ କନକ ଟିଭିର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେତା ହିସାବରେ ଗ୍ରହଣ କରିପାରି ନାହାନ୍ତି  ଧର୍ମେନ୍ଦ୍ର । କଥା ଛଳରେ ହେଉ କି ପ୍ରଶଂସା କରି ହେଉ ପୁରା ବିଶ୍ଳେଷଣ କରି ପଟ୍ଟନାୟକଙ୍କୁ ନେତା ବୋଲି ସ୍ବୀକାର କଲେ ନାହଁ ପ୍ରଧାନ । ତାଙ୍କ କହିବା କଥା ସୌମ୍ୟରଞ୍ଜନ ସମ୍ପାଦକ ହୋଇ ରହିଥିଲେ ଓଡ଼ିଶା ପାଇଁ ଆହୁରି ଭଲ ହୋଇଥାନ୍ତା । ଅର୍ଥାତ ସୌମ୍ୟ ବାବୁ ଜଣେ ଭଲ ସାମ୍ବାଦିକ କିନ୍ତୁ ନେତା ସେତେ ଭଲ ନୁହଁନ୍ତି । ପଟ୍ଟନାୟକ ବାବୁ ସମ୍ପାଦକ ହୋଇ ରହିଥାନ୍ତୁ ଆଉ ଆମେ ନେତା ହୋଇ ରହିଥାଉ । ସୌମ୍ୟବାବୁ ସବୁ ଛାଡ଼ିଛୁଡ଼ିକି ବିଜୁ ଜନତା ଦଳର ଜଣେ ବଡ଼ ନେତା ହେଲେ ।  ପୂର୍ବରୁ ସେ ସାଂସଦ ଥିଲେ ଏବେ ବିଧାୟକ ଅଛନ୍ତି । କିନ୍ତୁ ପ୍ରଧାନ ତାଙ୍କର ଏହି ବିବୃତି ଦ୍ବାରା ନେତା ହିସାବରେ ସୌମ୍ୟ ବାବୁଙ୍କର ନେତା ଓ ପତିଆରାକୁ ହାଲକା କରିଦେଇଛନ୍ତି । ଏ କଥା ଏଇଥିପାଇଁ ଗୁରୁତ୍ବ ରଖୁଛି ଯେ ଏଭଳି ଏକ ସାଧାରଣ ମଞ୍ଚରେ ସେ ଯେଉଁ ମେସେଜ ଦେବାକୁ ଚାହିଁଛନ୍ତି ଯେ ନେତା ଭାବାରେ ଧର୍ମେନ୍ଦ୍ର ବାବୁ ପଟ୍ଟନାୟକଙ୍କଠାରୁ ବହୁ ଉପରେ । ସୌମ୍ୟରଞ୍ଜନ 2014 ପୂର୍ବରୁ ବିଜେପିରେ ମିଶିବା ନେଇ କସରତ ଚଳାଇଥିଲେ । ସେତେବେ ପଟ୍ଟନାୟକଙ୍କୁ ବିଜେପି କ୍ୟାମ୍ପକୁ ଯିବାକୁ ରୋକିବାରେ ପ୍ରମୁଖ ଭୂମିକା ପ୍ରଧାନ ବାବୁ ନେଇଥିବା ଚର୍ଚ୍ଚା ହୋଇଥିଲା ।

ଯଦିଓ ଆଜି ମଞ୍ଚରେ ପ୍ରଧାନଙ୍କୁ ବହୁ ଗୁରୁତ୍ବ ଦିଆଯାଇଛି । ପ୍ରଧାନଙ୍କ ବାବୁତ୍ବ ପାଇଁ କନକ ନ୍ୟୁଜ୍‌ର ଏଡିଟର ମନୋରଞ୍ଜନ ମିଶ୍ରଙ୍କୁ ମଞ୍ଚରେ ବସା ଯାଇନାହିଁ । ଏଭଳି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଏଡିଟର ବସିବାର କଥା, କିନ୍ତୁ ତାହା ହୋଇନାହିଁ । ଏଡିଟରଙ୍କ ପରିବର୍ତ୍ତେ ପ୍ରଧାନଙ୍କ ସହ ମଞ୍ଚରେ କନକ ନ୍ୟୁଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ବସିଥିଲେ । ସୌମ୍ୟରଞ୍ଜନ ନିଜେ ସମ୍ବାଦର ଗ୍ରୁପ ଏଡିଟର, ଇଷ୍ଟର୍ଣ୍ଣ ମିଡ଼ିଆର ମୁଖ୍ୟ ଓ ବିଜେଡିର ନେତା ହେବା ସତ୍ତ୍ବେ ବି ପ୍ରଧାନଙ୍କ ସହ ଆଉ କୌଣସି ବିଜେଡି ନେତା ମଞ୍ଚରେ ନରହିବା ପ୍ରଧାନଙ୍କ ବାବୁତ୍ବକୁ ଗୁରୁତ୍ବ ଦିଆଯିବା କଥା ଦର୍ଶାଉଛି । ଏତେ ଗୁରୁତ୍ବ ଦେବା ପରେ ବି ଧର୍ମେନ୍ଦ୍ର ପ୍ରଧାନ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପିନ୍‌ ମାରିବାକୁ ଭୁଲିନାହାଁନ୍ତି ।

Related Posts