ବଡିବିଲଡିଂରେ ରାଜ୍ୟର ପ୍ରଥମ ଆନ୍ତର୍ଜାତୀୟ ବିଚାରକ ହେଲେ ସୁମିତ୍ରା ତ୍ରିପାଠୀ

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଏକ ଭଲ ଖବର । ବଡ଼ିବିଲଡ଼ିଂରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେବାର ଗୌରବ ଅର୍ଜନ କରିଛନ୍ତି ସୁମିତ୍ରା ତ୍ରିପାଠୀ । ସୁମିତ୍ରାଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଖାଲି ବଡ଼ିବିଲଡ଼ିଂ ନୁହେଁ ଫିଜିକ ସ୍ପୋର୍ଟସରେ ମଧ୍ୟ ସେ ଅନ୍ତର୍ଜାତୀୟ ବିଚାରକ ହେବାର ସୌଭାଗ୍ୟ ପାଇଛନ୍ତି । ସେ ଏବେ ଓଡ଼ିଶା ବଡ଼ି ବିଲଡ଼ିଂ ଆସୋସିଏସନର ସଭାପତି ଅଛନ୍ତି  । ସେହିପରି ପୂର୍ବରୁ ସେ ବଡ଼ିବିଲଡ଼ିଂରେ ଜାତୀୟ ବିଚାରକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଛନ୍ତି  ।ସାଧାରଣତଃ ପୁରୁଷମାନେ ହିଁ ବଡ଼ିବିଲଡ଼ିଂ କରିଥା’ନ୍ତି । କିନ୍ତୁ ଖୁବ୍ କମ୍ ମହିଳା ଏକ୍ଷେତ୍ରରେ ପାଦ ଦେଇ ଅନ୍ୟକୁ ଚମକାଇ ଦେବାରେ ସଫଳ ହୋଇଛନ୍ତି ।  ସୁମିତ୍ରା ବଡ଼ିବିଲଡ଼ିଂରେ ଅନ୍ତର୍ଜାତୀୟ ବିଚାରକ ହେବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି  ।  ଫଳରେ ଆଗକୁ ମହିଳାମାନେ ବଡ଼ିବିଲଡ଼ିଂ ପ୍ରତି ଆକର୍ଷିତ ହେବେ ବୋଲି ଆଶା କରାଯାଉଛି  । ଏବେ ସେ ଇଣ୍ଡୋନେସିଆରେ ଥିବାବେଳେ ଆସନ୍ତା ୭ରେ ସେ ଭୁବେନଶ୍ବର ଫେରିବେ ବୋଲି ଜାଣିବାକୁ ମିଳିଛି  ।

 

Related Posts