
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ : ଚାଷୀଙ୍କ ଫସଲ ବୀମାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ ଥିବାବେଳେ ସେଠାରେ ଫସଲ ବୀମାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଛି। ଚାଷୀ ମାନେ ସେମାନଙ୍କ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ନ କରିବାକୁ ସମସ୍ତ ଦଳର ପ୍ରାର୍ଥୀଙ୍କୁ ନିବେଦନ କରିଛନ୍ତି। ଯେଉଁ ପ୍ରାର୍ଥୀ ଚାଷୀଙ୍କ ଅନୁରୋଧ ରକ୍ଷା ନକରି ନାମାଙ୍କନ ଦାଖଲ କରିବେ ସେମାନଙ୍କୁ ଉପନିର୍ବାଚନରେ ଉଚିତ୍ ଜବାବ୍ ଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏହି କ୍ରମରେ ସୋମବାର ନାମାଙ୍କନ ଦାଖଲ କରିବା ପାଇଁ ବିରାଟ ଶୋଭାଯାତ୍ରା କରି ଆସଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାନଙ୍କନ୍ ଦାଖଲ ନକରି ଫେରିଛନ୍ତି । ଏହାପରେ ବିଜେପି ନେତା ମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବା ବେଳେ ରାଜ୍ୟ-କେନ୍ଦ୍ର ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ ହୋଇଛି।
ତେବେ ଏନେଇ ଆଜି ମୁଁହ ଖୋଲିଛନ୍ତି ରାଜ୍ୟର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ସେ କହିଛନ୍ତି ଯେ, ଫସଲ ବୀମା କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ସେମାନେ ବୁଲେଇ ବଙ୍କେଇ କଥା ନ କୁହନ୍ତୁ । ସେ ଟିକିଏ ଆମ ପଇସା ଆମକୁ ଦିଅନ୍ତୁ । ଆମ ମୂଲ ଆମକୁ ଦେବା ସହ ଆମ ଚାଷୀଙ୍କୁ ପଇସା ଦିଅନ୍ତୁ । ଯେତେ ବୀମା କମ୍ପାନୀ ତାକୁ କେନ୍ଦ୍ର ସରକାର ହିଁ ସଟ ଲିଷ୍ଟଡେ କରି ଛାଡି ଥାନ୍ତି। ଏଥିରେ ଏତେ ଲୁଚା ଚୋରା କାର୍ଯ୍ୟ କଣ ପାଇଁ ।କେନ୍ଦ୍ର ସରକାର ଚାଷୀ ଆତ୍ମହତ୍ୟାଙ୍କ କଥା ବୁଝିବା ଦରକାର । ଆମ ଓଡିଶାର ଚାଷୀ ପଇସା କେନ୍ଦ୍ର ସରକାର ରିଲିଜ କରନ୍ତୁ । ଆମ ମାନଙ୍କର ଦାୟିତ୍ବ ନୁହେଁ । ବୀମା କମ୍ପାନୀକୁ କିଏ ବାଛେ କେନ୍ଦ୍ର ସରକାର ନା ଆଉ କିଏ ।
ଇନପୁଟ ସବସିଡ଼ି ଉପରେ ଆମେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯାଉଛୁ । ଆପଣ ଅପେକ୍ଷା କରନ୍ତୁ । ଆମର ଇନପୁଟ ସବସିଡ଼ି ଉପରେ କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ ମୁଁ କେନ୍ଦ୍ର ସରକାରଙ୍କୁ ହାତଯୋଡି ନିବେଦନ କରୁଛି ଯେଉଁ ନେତା ମାନେ ଅଛନ୍ତି ମଧ୍ୟପ୍ରଦେଶ କେରଳ ଓ ଅନ୍ୟ ରାଜ୍ୟ ମାନଙ୍କରେ ଛତା ଖୋଲୁଛନ୍ତି ତାଙ୍କୁ ନିବେଦନ କରୁଛି ସେ ଆସିକି ଆମ ଓଡିଶାର ଚାଷୀ ମାନଙ୍କର ଯାହା ପାଉଣା ତାକୁ ଦେଇ ଦିଅନ୍ତୁ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।