କଳାହାଣ୍ଡିରେ ଡାଇରିଆ ଆତଙ୍କ: ପୁଣି ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ତାଳ ଦେଇ ବଢ଼ିବାକୁ ଲାଗିଛି । ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନତା ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି ।

ସରକାରୀ ତଥ୍ୟ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ବିଗତ ଏକ ମାସ ୭୧ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା ବେଳେ ମଙ୍ଗଳବାର ସୁଦ୍ଧା ଜିଲ୍ଲାର ବିଭିନ୍ନ ମେଡ଼ିକାଲରେ ୧୮ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଣି ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେପଟେ ଗାଁ ଗାଁରେ ଡାକ୍ତରୀ ଟିମ ପହଞ୍ଚି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହ ସଚେତନ ମଧ୍ୟ କରାଯାଉଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ” ଜିଲ୍ଲାରେ ବର୍ତ୍ତମାନ କେବଳ ଥୁଆମୂଳ ରାମପୁର ବ୍ଲକରେ ସଂକ୍ରମଣ ବଢୁଛି । ସ୍ବାସ୍ଥ୍ୟ ବିଭାଗର ଟିମ ପ୍ରତି ଦିନ ଗାଁ ବୁଲୁଛନ୍ତି ଏବଂ କ୍ୟାମ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ସେମାନେ ଘର ଘର ବୁଲି ଯାଞ୍ଚ କରୁଛନ୍ତି । ଯେହେତୁ ନୂଆଁଖାଇ ପର୍ବ ଯାଇଛି, ଲୋକଙ୍କ ଖାଇବା ପିଇବା ନେଇ ସମସ୍ୟା ଦେଖାଦେଉଛି । ବିଶେଷ ଭାବରେ ଉକ୍ତ ଗ୍ରାମମାନଙ୍କରେ ପାନୀୟ ଜଳ ଉତ୍କଟ ଦେଖାଦେଇଛି । କେତେକ ଲୋକ ଝରଣା ପାଣି ବ୍ୟବହାର କରୁଛନ୍ତି । ଯାହା ଫଳରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଛନ୍ତି ।”

Related Posts