କାମ୍ପାଲା : ମଙ୍ଗଳବାର ଉଗାଣ୍ଡାରେ ଏକ ଦିବ୍ୟାଙ୍ଗ (ଅନ୍ଧ) ବିଦ୍ୟାଳୟରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଫଳରେ ଏହି ଅଗ୍ନିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟପିଲା ସାମିଲ ଅଛନ୍ତି। ଏନେଇ ସେଠାକାର ସ୍ଥାନୀୟ ପୋଲିସ ଏବଂ ସରକାର କହିଛନ୍ତି।
ଉଗାଣ୍ଡା ପୋଲିସ ଟୁଇଟ୍ କରି କହିଛି, ‘’ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ଏଠାରେ ନିଆଁ ଲାଗିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ୬ ଜଣ ଏବେ ଗୁରୁତର ଭାବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି’’। ରାଜଧାନୀ କାମ୍ପାଲାର ପୂର୍ବରେ ଥିବା ମୁକୋନୋ ଜିଲ୍ଲାର ସଲମା ଅନ୍ଧ ବିଦ୍ୟାଳୟରେ ମଧ୍ୟାହ୍ଣ ୦୧ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଛି। ଏନେଇ ତଦନ୍ତ ଆରମ୍ଭ କରାଯାଇଛି। ଅଗ୍ନିକାଣ୍ଡର କାରଣ ଓ ସବିଶେଷ ତଥ୍ୟ ଖୁବଶୀଘ୍ର ଜଣାପଡ଼ିବ ବୋଲି ପୋଲିସ କହିଛି।
ମୃତକଙ୍କ ମଧ୍ୟରେ ଅଧିକାଂଶ ବିଦ୍ୟାଳୟରେ ଥିବା ଛୋଟପିଲା ଓ ତାଙ୍କର ବାପା ମା ଅଛନ୍ତି ବୋଲି ଅନ୍ତରିଣ ବ୍ୟାପାର ମନ୍ତ୍ରୀ କହିନ୍ଦା ଓଟାଫାୟାର୍ ଖବର ସରବରାଗହ ସଂସ୍ଥା ଏଜେନ୍ସି ଫ୍ରାନ୍ସ ପ୍ରେସ୍ (ଏଏଫପି)କୁ କହିଛନ୍ତି। ସେ କହିଛନ୍ତି ଅପରାଧିକ ସ୍ଥଳ ଭଳି ସମ୍ପୃକ୍ତ ବିଦ୍ୟାଳୟକୁ ବନ୍ଦ କରାଯାଇଛି, ଏହାର ସମ୍ପୂର୍ଣ୍ଣ ତଦନ୍ତ ହେବ। ସେ ଆହୁରି କହିଛନ୍ତି, ସରକାରୀ ଭାବେ ଆମେ ଏହି ଘଟଣାର ତୃଣମୂଳ ସ୍ଥରକୁ ଯିବୁ, ଯଦି ଏଥିରେ କୌଣସି ଅଭିଯୁକ୍ତ ଚିହ୍ନଟ ହୁଅନ୍ତି ତାହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ
