ଭଦ୍ରକରେ ଜୋର ଧରିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି

ଭଦ୍ରକ:ଭଦ୍ରକରେ ଜୋର ଧରିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ କୁଶପୁତ୍ତଳିକା ଦାହ କଲା ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା।

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା କରି ପୋତିଦେବା ଘଟଣା। ଏନେଇ ବିଜେପି ମହିଳା ମୋର୍ଚ୍ଚା ସଭାପତି ହରପ୍ରିୟା ସାହୁଙ୍କ ନେତୃତ୍ୱରେ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଗିରଫ କରିବାକୁ ଦାବି କରାଯାଇଛି।

କର୍ମକର୍ତ୍ତାମାନେ ବନ୍ତ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ସ୍ଥାନୀୟ ଟାଉନ ହଲ ଛକରେ ପହଞ୍ଚିଥିଲା। ମହିଳାମାନେ ରାସ୍ତାରେ ଖଇ କଉଡ଼ି ବିଞ୍ଚି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକାକୁ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ସରକାର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।

Related Posts