ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ସୃଷ୍ଟି ହେବ ୬୫୩୯ ନିଯୁକ୍ତି

ଆଜି ଓଡ଼ିଶା ଶିଳ୍ପ ପାଇଁ ବଡ଼ ଦିନ । ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ । ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ ସୂଚନା ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ଅନୁମୋଦନ କମିଟି ର ବୈଠକ ବସିଥିଲା। ଏହି ବୈଠକରେ ୩ଟି ପ୍ରକଳ୍ପ କୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଫଳରେ ୬୫୩୯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିରେ ହିଣ୍ଡାଲକୋ ୮ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ଯେଉଁଥିରେ ୪୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନଟିପିସି ତାଳଚେର ରେ ୧୬୦୦ ୟୁନିଟ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସମ୍ପସରଣ ପ୍ରସ୍ତାବ କୁ ଅନୁମୋଦନ ମିଳିଛି। । ୭୬୯୮ କୋଟି ଟଙ୍କା ପୁଞ୍ଜି ନିବେଶ କରିବ । ରୁଙ୍ଗଟା ମାଇନ୍ସ ସୁନ୍ଦରଗଡ଼ ଜିଲ୍ଲା ର କମାଣ୍ଡ ଗାଁରେ ୨.୭ ଟନ ବାର୍ଷିକ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ ଉତ୍ପାଦନ ପ୍ରକଳ୍ପ ସମ୍ପ୍ରସାରଣ କୁ ଅନୁମୋଦନ ମିଳିଛି । ଏଥିରେ ରୁଙ୍ଗଟା ମାଇନସ ୨୧୩୫କୋଟି ନିବେଶ କରିବ ୨୨୮୮ ନିଯୁକ୍ତି ସୃଷ୍ଟି ହେବ। ବାର୍ଷିକ ଉତ୍ପାଦନ କ୍ଷମତା ୯ ଲକ୍ଷ ଟନ କୁ ବୃଦ୍ଧି ପାଇବ । ଓଡ଼ିଶାର ଯୁବକଯୁବତୀ କିପରି ଅଧିକରୁ ଅଧିକ ନିଯୁକ୍ତ ମିଳିବ, ସେନେଇ ରୂପରେଖ ପ୍ରସ୍ତୁତ ହୋଇଛି ।

ଏହାସହ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ , ନୀଳାଚଳ ଇସ୍ପାତ ସଂପ୍ରସାରଣ ନେଇ ପୂର୍ବରୁ ଆଲୋଚନା ହୋଇଥିଲା । ଏଥିପାଇଁ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯାଇଛି । ତେବେ, ଯିଏ ଏହାକୁ ଲାଭଦାୟକ କରିବା ସହ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରିବ ଓ ଏବଂ ସ୍ଥାନୀୟ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବ ତାଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।

Related Posts