କୋଭିଡ-୧୯ ରେ ବ୍ୟବହୃତ ମେଡିସିନ ଉପରେ ଡିସେମ୍ବର ୩୧ ଯାଏଁ ମିଳିବ ରିହାତି , ଶସ୍ତା ହେବ ଜୀବନ ରକ୍ଷାକାରୀ ଔଷଧ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ଜିଏସଟି କାଉନସିଲ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, କୋଭିଡ-୧୯ରେ ବ୍ୟବହୃତ ହେଉଥିବା ମେଡିସିନ ଉପରେ ଜିଏସଟି ରିହାତି ଅବଧି ବୃଦ୍ଧି ପାଇବ। ଚଳିତବର୍ଷ ଶେଷ ସୁଦ୍ଧା ଅର୍ଥାତ୍ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ରିହାତି ଅବଧି ବଢାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଫଳରେ କୋଭିଡ-୧୯ ଭଳି ମାରାତ୍ମକ ମହାମାରୀରେ ଆବଶ୍ୟକ ହେଉଥିବା ମେଡିସିନ ସୁଲଭ ମୂଲ୍ୟରେ ମିଳିପାରିବ । ଏତଦ୍ ବ୍ୟତୀତ ରେମଡେସିଭିର, ହେପାରିନ ଭଳି ମେଡିସନ ଉପରେ ୫ ପ୍ରତିଶତ ଜିଏସଟି ରହିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ରିହାତି ଅବଧି ୩୧ ଡିସେମ୍ବର ଯାଏଁ ରହିବ ବୋଲି ଜିଏସଟି କାଉନସିଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଟୋସିଲଜୁମାବ, ଏମ୍ଫୋଟେରିସିନ-ବି ଜିଏସଟି ମୁକ୍ତ ରହିବ ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜୀବନ ରକ୍ଷାକାରୀ ମେଡିସନ ଉପରେ ମଧ୍ୟ ଜିଏସଟି ହ୍ରାସ କରାଯାଇଛି । କ୍ୟାନସର ମେଡିସିନ ଉପରେ ଜିଏସଟି ଦର ୧୨ ପ୍ରତିଶତରୁ କମାଇ ୫ ପ୍ରତିଶତ କରାଯାଇଛି । ଏହାବାଦ୍ ବିଦେଶରୁ ଆମଦାନୀ ହେଉଥିବା ଜୋଲୋଜେନ୍ସମା ଏବଂ ଭିଲଟେଟସୋ ଭଳି ମହଙ୍ଗା ଔଷଧକୁ ଜିଏସଟି ମୁକ୍ତ କରିଛନ୍ତି ସରକାର । ତେବେ ମେଡିକାଲ ଉପକରଣ ଉପରେ ଏହି ରିହାତି ସୁବିଧା ମିଳିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। Zolgensma and Viltepso ଭଳି ଜୀବନ ରକ୍ଷାକାରୀ ଔଷଧକୁ ମଧ୍ୟ ଜିଏସ୍‌ଟି ବାହାରେ ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ଦୁଇ ଔଷଧର ଦାମ ୧୬ କୋଟି ଟଙ୍କା। ତେଣୁ ଏହାକୁ ଜିଏସ୍‌ଟି ପରିସର ବାହାରେ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି।

କରୋନା ମେଡିସିନ, ଅକ୍ସିମିଟର, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ, ହ୍ୟାଣ୍ଡ ସାନିଟାଇଜର, ଅକ୍ସଜେନ କନସେନଟ୍ରେଟର ଓ ମାସ୍କ ଭଳି ସାମଗ୍ରୀ ଉପରେ ଏଣିକି ୫% ଜିଏସ୍‌ଟି ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ୪୫ତମ ବୈଠକରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବଭଳି କରୋନା ଟିକା ଉପରେ ମଧ୍ୟ ୫% ଜିଏସ୍‌ଟି ଲାଗୁ ହେବ।

ଦେଶରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ବ୍ଲାକ ଫଙ୍ଗସ ରୋଗ ଦେଖିବାକୁ ମିଳୁଛି। ତେଣୁ ଏହାର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା Tocilizumab ଓ Amphotericin B ଭଳି ମେଡିସିନ ଗୁଡ଼ିକ ଉପରେ ମଧ୍ୟ କୌଣସି ଟିକସ ଲାଗୁ ହେବନି। ଏହି ନିୟମ ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ। ଜିଏସ୍‌ଟି ହ୍ରାସ ପାଇଥିବା ମେଡିସିନ ଗୁଡ଼ିକ ମଧ୍ୟରେ ହେପାରିନ ଓ ରେମଡେସିଭିର ରହିଛି।

ଏତଦ୍ ବ୍ୟତୀତ କ୍ୟାନସର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା Keytruda ଭଳି ଔଷଧ ଗୁଡ଼ିକୁ ୧୨% ଜିଏସ୍‌ଟି ସ୍ଲାବରୁ ୫% ସ୍ଲାବକୁ ଅଣାଯାଇଛି। ଦିବ୍ୟାଙ୍ଗମାନେ ବ୍ୟବହାର କରୁଥିବା Retro Fitment Kits for vehicles ପୂର୍ବରୁ ୧୨% ଜିଏସ୍‌ଟି ସ୍ଲାବରେ ଥିଲା। କିନ୍ତୁ ଏହାକୁ ଏବେ ୫% ଜିଏସ୍‌ଟି ସ୍ଲାବ ପରିସରକୁ ଅଣାଯାଇଛି।

Related Posts