
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରବଳ ଉତ୍ତେଜନା ମଧ୍ୟରେ ବେଦାନ୍ତର ସୁନ୍ଦରଗଡ ଯାମକାନି କୋଇଲା ଖଣି ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ବିସ୍ଥାପିତମାନେ ଏହାକୁ ପ୍ରବଳ ବିରୋଧ କରିଛନ୍ତି । ଫଳରେ ବିସ୍ଥାପିତ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସ ମୃଦୁ ଲାଠି ଚାଳନା କରିବା ସହ ବିସ୍ଥାପିତଙ୍କୁ ମାଡ ମାରିଛି ।ଏବେବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜେନା ଲାଗିରହିଛି । ଫଳରେ ୧୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭ ବେଳେ ସ୍ଥାନୀୟ ବିସ୍ଥାପିତ ପ୍ରବଳ ବିରୋଧ କରିଛନ୍ତି । ପୁଲିସ ଓ ବିସ୍ଥାପିତଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ଭିତରେ ବେଦାନ୍ତ କମ୍ପାନୀ ତାର କୋଇଲା ଖଣିକୁ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି କୋଇଲା ଖଣି ଭୂଷଣ କମ୍ପାନୀକୁ ଆବଣ୍ଟନ ହୋଇଥିଲା । ଭୂଷଣ କମ୍ପାନୀ ଜମି ଅଧିଗ୍ରହଣ କରିଥିଲା କିନ୍ତୁ ଏହାରି ଭିତରେ ଭୂଷଣ କମ୍ପାନୀ ଏଥିରୁ ଓହରିଗଲା ପରେ ଏବେ ବେଦାନ୍ତ କମ୍ପାନୀକୁ ଏହାକୁ ଆବଣ୍ଟନ କରାଯାଇଛି । ଖଣି କାର୍ଯ୍ୟରେ ବିଳମ୍ବ ହେଉଥିବା ଫଳରେ କମ୍ପାନୀ ପକ୍ଷରୁ ଆହୁରୀ ୬ଲକ୍ଷ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ବିସ୍ଥାପତିମାନେ ୨୦୧୩ ଥଇଥାନ ଓ ପୁନର୍ବାସ ନୀତି ଅନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ । ଏବଂ ଆଜି କମ୍ପାନୀ ପକ୍ଷରୁ ଖଣି କାର୍ଯ୍ୟ ଆରମ୍ଭ କରିବା ବେଳେ ପ୍ରବଳ ବିରୋଧ କରାଯାଇଥିଲା । ପୁଲିସର ଲାଠିଚାଳନା ପରେ ଏବେ ସ୍ଥାନୀୟ ଅଂଚଳରେ ଉତେଜନା ଲାଗିରହିଛି ।