ନୟାଗଡ଼ କୁଆଁରିଆ ଡ୍ୟାମ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ: ଜଣେ ଗିରଫ

ଭୁବନେଶ୍ବର: ବାଘଛାଲ ଓ ଅନ୍ୟାନ୍ୟ ବନ୍ୟ ସାମଗ୍ରୀ ସହ ଜଣଙ୍କୁ ଗିରଫ କଲା ବନ ବିଭାଗ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନବିଭାଗକୁ ଏହି ସଫଳତା ମିଳିଛି । ନୟାଗଡ଼ରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିଛି । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ବାଣୀଗୋଚ୍ଛା ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ନୟାଗଡ଼ ଜିଲ୍ଲା କୁଆଁରିଆ ଡ୍ୟାମ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଓ ଅନ୍ୟାନ୍ୟ ବନ୍ୟ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ଦଶପଲ୍ଲା ଥାନା ଅନ୍ତର୍ଗତ ଭୋଗବାଡ଼ି ଗାଁର ଭାଗବତ ମାଝୀଙ୍କୁ ଗିରଫ କରାଯାଇଛି। ଭାଗବତଙ୍କୁ ଗ୍ରାହକଙ୍କ ସହ ଡିଲ ବେଳେ ଗିରଫ କରିଛି ଏସଟିଏଫ୍। ସେ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା ରହିଛି। ଅଭିଯୁକ୍ତ ଭାଗବତ ମାଝୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related Posts