ଜିଲ୍ଲା ଡ୍ରାଇଭର ମହାସଂଘର ନିଆରା ପ୍ରତିବାଦ, ୯ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଦଣ୍ଡବତ ଯାତ୍ରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଞ୍ଜାମ ଜିଲ୍ଲା ଡ୍ରାଇଭର ମହାସଂଘ ଶାଖା ପକ୍ଷରୁ ଅଭିନବ ପ୍ରତିବାଦ । ୯ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଉପରେ ଶୋଇ ହାତଯୋଡ଼ି କରିଛନ୍ତି ଦଣ୍ଡବତ ଯାତ୍ରା । ଆଜି ମଧ୍ୟାହ୍ନ ୧୨ଟା ସମୟରେ ସଙ୍ଘର ସମସ୍ତ ସଦସ୍ୟ ଏଭଳି ନିଆରା ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

ଏହି ଅବସରରେ ସଙ୍ଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ୯ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ l ଡ୍ରାଇଭରମାନଙ୍କ ଦୁର୍ଘଟଣାରେ ମୃତ୍ୟ ହେଲେ କ୍ଷତି ପୂରଣ ବାବଦକୁ ୨୦ଲକ୍ଷ ଟଙ୍କା, ଆହତଙ୍କୁ ୧୦ଲକ୍ଷ ଟଙ୍କା ପ୍ରଦାନ, ୫୫ବର୍ଷରେ ପେନସନ ପ୍ରଦାନ, ଡ୍ରାଇଭରମାନଙ୍କୁ ରାସ୍ତାରେ ଅଫିସରମାନେ ହଇରାଣ ନ କରିବା ଭଳି ପ୍ରମୁଖ ଦାବି ଏହି ଦାବି ପତ୍ରରେ ଉଲ୍ଲିଖିତ ରହିଥିବା ସୂଚନା ମିଳିଛି ।

Related Posts