ସମ୍ବଲପୁରରେ ଡାକ୍ତରଙ୍କୁ ମାଡ ମାରିବା ଘଟଣା: ଅଭିଯୁକ୍ତ ବ୍ୟବସାୟୀ ଗିରଫ

ସମ୍ୱଲପୁର : ସମ୍ବଲପୁରରେ ଡାକ୍ତରଙ୍କୁ ମାଡ ମରା ଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ବ୍ୟବସାୟୀ ଜଣକ ହେଲେ ନଟବର ବାଙ୍କା । ଗତକାଲି ସେ ସନ ଡାଇଗ୍ନୋଷ୍ଟିକକୁ ଯାଇ ସେଠାରେ କାର୍ଯ୍ୟରତ ଡାକ୍ତର ଚିଦାନନ୍ଦ ମିଶ୍ରଙ୍କୁ ଚପଲରେ ମାଡ ମାରିବା ସହ ମହିଳା କର୍ମଚାରୀଙ୍କୁ ମଧ୍ୟ ଚପଲ ଉଠାଇଥିଲେ ।

ତେବେ ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଡାକ୍ତର ଚିଦାନନ୍ଦ ମିଶ୍ର ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ ଗତକାଲି ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । ଆଜି ଏହି ଅବିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

Related Posts