ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରୁ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ: ଡ୍ରାଇଭର ଓ ମାଫିଆ ଫେରାର

ଢେଙ୍କାନାଳ : ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରୁ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି ପୋଲିସ । ଢେଙ୍କାନାଳ ସଦର ଥାନା ପୋଲିସ ଏହି ଗାଡିକୁ ଜବତ କରିଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ଗୋରୁ ମାଫିଆ ଫେରାର ହୋଇଯାଇଛନ୍ତି ।

ଖବର ଅନୁଯାୟୀ, ଏକ ପିକ୍ଅପ୍ ଭ୍ୟାନ୍‌ରେ ୧୭ଟି ଗୋରୁଙ୍କୁ ଅତି ଅମାନୁଷିକ ଭାବେ ବୋଝେଇ କରି ଚୋରାଚାଲାଣ କରୁଥିଲେ । ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରୁ ଗାଡିରେ ବୋଝେଇ କରି ଆଠଗଡ଼ ତିଗିରିଆ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ତେବେ କଙ୍କଡ଼ାହାଡ଼ ଛକରେ ସ୍ଥାନୀୟ ଲୋକେ ସନ୍ଦେହ କରି ଗାଡିକୁ ଅଟକାଇଥିଲେ । ଏହାପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଥିଲା । ପରେ ଗାଡିକୁ ଜବତ କରିବା ସହ ଗାଈ ଗୁଡିକୁ ଖୋଲିଦେଇଛି ପୋଲିସ ।

Related Posts