ଚିଟ୍‌ଫଣ୍ଡ ଦାଖଲ ସମୟ ସୀମା ଘୁଞ୍ଚିଲା

ବଢ଼ିଲା ସତ୍ୟପାଠ ଦାଖଲ ସମୟ ସୀମା । ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ ଏମ୍‌.ଏମ୍‌ ଦାସ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିବାର ଅବଧିକୁ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କମିଶନ । ପୂର୍ବରୁ ଏହା 2018 ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଥିଲା । ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କେବଳ ସ୍ପିଡ୍ ପୋଷ୍ଟ କିମ୍ବା କୋରିୟର୍ ଜରିଆରେ ଆବେଦନକାରୀମାନେ ସେମାନଙ୍କ ସତ୍ୟପାଠ ପଠାଇ ପାରିବେ । ବ୍ୟକ୍ତିଗତ ଭାବରେ ହାତରେ ସତ୍ୟପାଠ ଦେଲେ ତାକୁ ଗ୍ରହଣ କରାଯିବ ନାହିଁ ବୋଲି କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଜାନୁଆରୀ 31 ପରେ କୌଣସି ସତ୍ୟପାଠ ପହଞ୍ଚିଲେ ତାକୁ ଗ୍ରହଣ କରାଯିବ ନାହିଁ, ଆଗକୁ ଆଉ ସତ୍ୟପାଠ ଦାଖଲ ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ କମିଶନଙ୍କ ନିକଟରେ ମୋଟ 8 ଲକ୍ଷ 17 ହଜାର 300 ଟି ବୈଧ ସତ୍ୟପାଠ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ 2018 ଡିସେମ୍ବର 31 ତାରିଖ ସୁଦ୍ଧା ପ୍ରାୟ 4 ଲକ୍ଷ ସତ୍ୟପାଠ ପହଞ୍ଚିଥିବା ଜଣାପଡିଛି । ଆସନ୍ତା ଫେବୃଆରୀ 4 ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ, କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

Related Posts