‘ଦୋଷୀଙ୍କୁ ଛାଡ଼ିବୁନି..’: ଶାହଙ୍କ ଚେତାବନୀ

ଭୁବନେଶ୍ୱର,୨୩/୦୪(ସତ୍ୟପାଠ ବ୍ୟୁରୋ): କାଶ୍ମୀର ଉପତ୍ୟକାରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ପରେ ଗତକାଲି ରାତିରେ ଶ୍ରୀନଗରରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କ ପରିବାରକୁ ସମବେଦନା ଜଣେଇଛନ୍ତି ଓ ଆହତଙ୍କୁ ହସ୍ପିଟାଲ୍‌ରେ ଭେଟିଛନ୍ତି । ଏହାପରେ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଶାହା । ସେ କହିଛନ୍ତି, ‘ଆତଙ୍କବାଦ ଆଗରେ ମୁଣ୍ଡ ନୁଆଇଁବ ନାହିଁ ଭାରତ’। ଦୋଷୀଙ୍କୁ କୌଣସି ପରିସ୍ଥିତରେ ଛଡ଼ାଯିବ ନାହିଁ’ ।

ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ଆତଙ୍କୀ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

Related Posts