ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଓଡ଼ିଶାର ଆବାସ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ୨୮ ଲକ୍ଷ ୪୨ ହଜାର ହିତାଧିକାରୀ ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ରାଜ୍ୟରେ ଆବାସ ପାଇଁ ମୋଟ ୩୮ ଲକ୍ଷ ୮୯ ହଜାର ୨୩୪ ଜଣ ହିତାଧିକାରୀଙ୍କ ସର୍ଭେ କରାଯାଇଥିଲା । ସେଥିମଧ୍ୟରୁ ୨୮ ଲକ୍ଷ ୪୨ ହଜାର ହିତାଧିକାରୀ ପକ୍କା ଘର ପାଇଁ ଯୋଗ୍ୟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ସୂଚନାଯୋଗ୍ୟ, ଗ୍ରାମାଞ୍ଚଳରେ ଯୋଗ୍ୟ ବଞ୍ଚିତ ପରିବାରଙ୍କୁ ଚିହ୍ନଟ କରିବା ପାଇଁ ସରକାରଙ୍କ ପକ୍ଷରୁ ‘ଆବାସ ପ୍ଲସ’ (AwaasPlus) ସର୍ଭେ କରାଯାଇଥିଲା। ଏହି ସର୍ଭେ ଆଧାରରେ ପ୍ରାଥମିକ ଭାବେ ୨୮ ଲକ୍ଷରୁ ଅଧିକ ପରିବାର ପକ୍କା ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ସେହି ଗରିବ ପରିବାରଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱାସନା, ଯେଉଁମାନେ ଦୀର୍ଘ ଦିନ ହେବ ନିଜର ଏକ ପକ୍କା ଘର ପାଇଁ ଅପେକ୍ଷା କରି ରହିଥିଲେ।