
ବାଲେଶ୍ୱର (ସତ୍ୟପାଠ, 26/04): କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବାଲେଶ୍ଵର ଜିଲ୍ଲାର ଇଶାଣି ଗ୍ରାମର ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ଆସିୟାନା ରିଏଲକନ ସଂସ୍ଥା। ଆଜି ଆସିୟାନା ରିଏଲକନର ଏକ ପ୍ରତିନିଧିମଣ୍ଡଳୀ ଇଶାଣି ଗ୍ରାମରେ ପ୍ରଶାନ୍ତଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ତାଙ୍କ ପତ୍ନୀଙ୍କୁ ୨୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ପ୍ରଶାନ୍ତଙ୍କ ପୁଅକୁ ଏକ ଲାପଟପ୍ ମଧ୍ୟ ପ୍ରଦାନ କରିଛନ୍ତି।

ଏପରିକି ପ୍ରଶାନ୍ତଙ୍କ ପରିବାର ଚାହିଁଲେ ତାଙ୍କ ପୁଅର ଉଚ୍ଚଶିକ୍ଷା ପାଇଁ ଆସିୟାନା ରିଏଲକନ ସଂସ୍ଥା ପୋଷ୍ୟ ଭାବେ ଗ୍ରହଣ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛି। ଆସିୟାନା ରିଏଲକନ ପକ୍ଷରୁ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନିନ୍ଦା କରାଯିବା ସହିତ ପ୍ରଶାନ୍ତଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି।