ସମ୍ବଲପୁର ଭଣ୍ଡାରିମାଳରେ ଡବଲ ମର୍ଡର

ସମ୍ବଲପୁର ଯୁଯୁମରା ଥାନା ଭଣ୍ଡାରିମାଳ ଗାଁରେ ଡବଲ ମର୍ଡର । 4 ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା । ଏଥିରେ ଦୁଇ ଭାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକ ଶକ୍ତିଭୂଷଣ କୁମୁରା ଓ ଅରବିନ୍ଦ କୁମୁରା । ଗୁରୁତର ଥିବା ଦୁଇ ଭାଇ ବିଭୂତିଭୂଷଣ କୁମୁରା ଓ ସମ୍ପର୍କୀୟ ଭାଇ ନନ୍ଦଲାଲ ଭୁଏ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।  ପାରିବାରିକ କହଳ ଓ କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ଏସ୍‌ପି କନୱର ବିଶାଲ ସିଂହ କହିଛନ୍ତି ।

ଗତକାଲି ଚାରି ଭାଇଙ୍କ ସହ ଆଉ ଗୋଟିଏ ପରିବାର ସହ ଝଗଡ଼ା ହୋଇଥିଲେ । ରାତିରେ ଗାଁରେ ବୈଠକ ବସିବାର ଥିଲା । କିନ୍ତୁ ସେହି ପରିବାରର ସଦସ୍ୟମାନେ ଅପରପକ୍ଷଙ୍କୁ ମାରିବା ପାଇଁ ଚାରି ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ନୃଶଂସଭାବେ ହାଣି ଥିଲେ । ଘଟଣାସ୍ଥଳରେ 4 ଭାଇ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଶକ୍ତିଭୂଷଣ ଓ ଅରବିନ୍ଦଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ ସମେତ 2 ଜଣଙ୍କୁ ଅଟକ ରଖିଛି ପଚରାଉଚରା ଜାରି ରଖିଛି । ଘଟଣାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି ।

Related Posts