ଏକକ ରାସନ କାର୍ଡ ବ୍ୟବସ୍ଥା ପରେ ଏବେ ଦେଶରେ ଏକକ ପରିଚୟପତ୍ର ପ୍ରଚଳନ କରିବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତାବ

ଏକକ ରାସନ କାର୍ଡ ବ୍ୟବସ୍ଥା ପରେ ଏବେ ଦେଶରେ ଏକକ ପରିଚୟପତ୍ର ପ୍ରଚଳନ କରିବାକୁ ଗୃହମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଛନ୍ତି। ଯାହାକି ପାସପୋର୍ଟ, ଆଧାର କାର୍ଡ, ଭୋଟୋର ଆଇଡି ଭଳି ପରିଚୟ ପତ୍ରର କାମ କରିବ। ଏହା ସହ ୨୦୨୧ରେ ହେବାକୁ ଥିବା ଜନଗଣନା ମୋବାଇଲ ଆପ ମାଧ୍ୟମରେ କରିବାକୁ ଶାହା କହିଛନ୍ତି।

ଅମିତ ଶାହା କହିଛନ୍ତି କି, ଆମେ ଏକ ଏଭଳି କାର୍ଡ ଆଶା କରୁଛୁ ଯାହା ମାଧ୍ୟମରେ ଆଧାର, ପାସପୋର୍ଟ, ବ୍ୟାଙ୍କ୍ ଖାତା, ଡ୍ରାଇଭିଙ୍ଗ୍ ଲାଇସେନ୍ସ ଏବଂ ଭୋଟର କାର୍ଡ ଭଳି ସବୁ କାମ କରିହେବ। ଏଭଳି ହେଲେ ଗୋଟିଏ କାର୍ଡ ମାଧ୍ୟମରେ ଲୋକମାନେ ସବୁ ସୁବିଧା ଉଠାଇ ପାରିବେ। ଏତଦ୍ ବ୍ୟତୀତ ଏଭଳି ଏକ ସିଷ୍ଟମ ରହିବା ଉଚିତ୍, ଯଦି କୌଣସୀ ବ୍ୟକ୍ତି ମୃତ୍ୟୁବରଣ କରେ ତେବେ ଅଟୋମେଟିକ ତାହାର ତଥ୍ୟ ପପୁଲେସନ ଡାଟାରେ ଅପଡେଟ୍ ହୋଇଯିବ।

ଜନଗଣନା କୌଣସୀ ବୋରିଙ୍ଗ୍ କାମ ନୁହେଁ। ଏହାଦ୍ଵାରା ସରକାରଙ୍କୁ ନୂଆ ସ୍କିମ ଲାଗୁ କରିବା ସମୟରେ ସହଜ ହେବ। ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ବହୁ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ସରକାରଙ୍କୁ ସହାୟ ହେଉଛି। ଯଦି ଏହି ପ୍ରସ୍ତାବ ସବୁ କାର‌୍ୟ୍ୟକାରୀ ହୁଏ ତେବେ ଦେଶର ଇତିହାସରେ ଏଭଳି ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ। ଆଧାର କାର୍ଡକୁ ଦେଶରେ ଅନିବାର‌୍ୟ୍ୟ କରିବା ସମୟରେ ଗୃହମନ୍ତ୍ରୀଙ୍କ ଏଭଳି ପରିଚୟପତ୍ର ପ୍ରଚଳନ କରିବା ପ୍ରସ୍ତାବ ରଖିଛନ୍ତି।

Related Posts