ଦେଶର ଆର୍ଥିକ ସ୍ଥିତିକୁ ନେଇ ସତ ପ୍ରମାଣିତ ହେଉଛି ଡକ୍ଟର ମନମୋହନ ସିଂଙ୍କ ଭବିଷ୍ୟବାଣୀ

ରାଜନୀତିକୁ ବାଦ୍ ଦେଇ ଯଦି ବିଶ୍ୱର ଅର୍ଥ ଶାସ୍ତ୍ର ଜଗତ ଉପରେ ଆଲୋଚନା କରାଯାଏ, ତେବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ କେବଳ ସମ୍ମାନ ନାହିଁ, ବରଂ ଅର୍ଥନୀତି ଉପରେ ତାଙ୍କର ମନ୍ତବ୍ୟକୁ ଗମ୍ଭୀରତାର ସହ ନିଆଯାଇଥାଏ। ଏତଦ୍ ବ୍ୟତୀତ ଅନେକ ଦେଶର ସରକାରଙ୍କ ତାଙ୍କ ମନ୍ତବ୍ୟକୁ ବିଚାର କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ମଧ୍ୟ କରନ୍ତି। ନିକଟରେ ଦେଶର ଖରାପ ଅର୍ଥ ବ୍ୟବସ୍ଥା ଉପରେ ମୋଦୀ ସରକାରଙ୍କୁ ପରାମର୍ଶ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ କହିଥିଲେ ଯେ, କରୋନା ମହାମାରୀ ଯୋଗୁଁ ଦେଶରେ ଦେଖାଦେଇଥିବା ଆର୍ଥିକ ମନ୍ଦି ୧୯୯୧ ମସିହା ତୁଳନାରେ ଆହୁରି ଜଟିଳ । ଆଗକୁ ଅର୍ଥନୀତି ପାଇଁ ପରିସ୍ଥିତି ଅଧିକ କଠିନ ରହିବ ବୋଲି ସେ ଚେତାବନୀ ଦେଇଥିଲେ। ତେଣୁ ଭାରତକୁ ଏହାର ପ୍ରାଥମିକତା ପୁଣି ଥରେ ନିର୍ଣ୍ଣୟ କରିବାକୁ ପଡିବ। ତେବେ କେନ୍ଦ୍ର ସରକାର ମନମୋହନ ସିଂଙ୍କ ପରାମର୍ଶକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଥିବେ। କିନ୍ତୁ ବର୍ତ୍ତମାନ ମନମୋହନ ସିଂହଙ୍କ ଏହି ଚେତାବନୀ ଉପରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୋହର ମାରି ସତ୍ୟ ବୋଲି ପ୍ରମାଣିତ କରିଛି।

ଆଇଏମ୍ଏଫ୍ ଆକଳନ କରିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୯.୫% ରହିବ। ପୂର୍ବରୁ ଅଭିବୃଦ୍ଧି ହାର ୧୨.୫% ରହିବ ବୋଲି ଏହି ଆଇଏମ୍ଏଫ୍ ଆକଳନ କରିଥିଲା। ଭାରତର ରିଜର୍ଭ ବ୍ୟାଙ୍କ ମଧ୍ୟ ସମାନ ଆକଳନ କରିଛି। ତେଣୁ ମନମୋହନ ସିଂଙ୍କୁ ଜଣେ ଦକ୍ଷ ଅର୍ଥନୀତିଜ୍ଞ ତଥା ଦେଶର ଅର୍ଥନୀତିର ସଠିକ୍ ପୂର୍ବାନୁମାନ କରୁଥିବା ବ୍ୟକ୍ତି ବୋଲି କହିବା ଭୁଲ ହେବ ନାହିଁ।

ଜଣେ ଭଲ ଜ୍ୟୋତିଷ କୌଣସି ବ୍ୟକ୍ତିଙ୍କ ଭବିଷ୍ୟତ ଶତପ୍ରତିଶତ ସଠିକ୍ କହିବାରୁ ଟିକେଏ ବଞ୍ଚନ୍ତି, କିନ୍ତୁ ଗୋଟିଏ ଦେଶ, ବର୍ଷ ବର୍ଷ ଧରି ଅଭିଜ୍ଞତା ଥିବା ଯୋଗ୍ୟ ଅର୍ଥନୀତିଜ୍ଞଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ କରି ଥାଏ। ଏବଂ ତା ଅନୁସାରେ ଦେଶର ଆର୍ଥିକ ନୀତି ପ୍ରସ୍ତୁତ କରେ ।

କୌତୁହଳର ବିଷୟ ହେଉଛି ବିଶ୍ବର ସବୁ ଦେଶରେ ଅର୍ଥନୀତି ପୁଣି ଥରେ ଟ୍ରାକ୍ କୁ ଫେରାଇ ଆଣିବାର ସିଧା ସମ୍ପର୍କ କରୋନା ଟିକାକାରଣ ସହ ଜଡିତ। ଏବଂ ଏହାର ଫଳାଫଳ ମଧ୍ୟ ଦେଖିବାକୁ ମିଳୁଛି। ମଙ୍ଗଳବାର ୱାର୍ଲ୍ଡ ଇକୋନୋମିକ ଆଉଟ୍ ଲୁକ୍ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ଯେ କୋଭିଡ ମହାମାରୀର ଦ୍ୱିତୀୟ ତରଙ୍ଗ ଅର୍ଥନୈତିକ ପୁନରୁଦ୍ଧାର ଦୃଷ୍ଟିରୁ ବିଶ୍ୱକୁ ଦୁଇଟି ଭାଗରେ ବିଭକ୍ତ କରିଛି। ପ୍ରଥମଟି ଯେଉଁ ଦେଶରେ ଟୀକାକରଣ ଦ୍ରୁତ ଗତିରେ ଚାଲିଛି , ସେହି ଦେଶର ଅର୍ଥନୀତି ଟ୍ରାକକୁ ଫେରି ଆସୁଛି। କିନ୍ତୁ ଯେଉଁ ଦେଶରେ ଟୀକାକରଣର ଗତି ମନ୍ଥର ଗତିରେ ଚାଲିଛି , ସେହି ଦେଶର ଅର୍ଥନୀତି ଟ୍ରାକ୍ କୁ ଫେରିବାରେ ସମୟ ଲାଗିବ।

ଉଦାହରଣ ସ୍ୱରୂପ, ଆମେରିକା ଏବଂ ୟୁରୋପ ଭଳି ବିକଶିତ ଦେଶମାନଙ୍କରେ ୩୫% ଜନସଂଖ୍ୟା ଦୁଇ ଡୋଜ କରୋନା ଟିକା ନେଇଛନ୍ତି। ତେଣୁ ସେହି ଦେଶର ଅର୍ଥନୀତି ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଭାରତରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ କୋଟି ଲୋକ ଉଭୟ ଡୋଜ ଟିକା ନେଇଛନ୍ତି।

ତେବେ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ଯେଉଁ କଥା ୱାର୍ଲ୍ଡ ଇକୋନୋମିକ ଆଉଟ୍ ଲୁକ୍ ଆଜି କହୁଛି ମନମୋହନ ସିଂହ ସାଢେ ତିନି ମାସ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ। ଗତ ଏପ୍ରିଲ ୧୭ ରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ ଦେଶର ଅର୍ଥନୀତିକୁ ଟ୍ରାକ୍ କୁ ଫେରାଇ ଆଣିବା ପାଇଁ , ପର୍ଯ୍ୟାପ୍ତ ପରିମାଣରେ ଟିକା ଆମଦାନି କରିବା ପାଇଁ ଏବଂ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଚିଠିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, “କେତେ ଲୋକଙ୍କୁ କରୋନା ଟୀକା ଦିଆଯାଉଛି, ଏହା ଦେଖିବା ପରିବର୍ତ୍ତେ କେତେ ପ୍ରତିଶତ ଜନସଂଖ୍ୟାର ଟୀକାକରଣ କରାଯାଉଛି ଏହାକୁ ଦେଖିବା ଉଚିତ୍। ତେଣୁ, କୋଭିଡ ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରି କରୋନା ମହାମାରୀକୁ ମୁକାବିଲା କରିବା ଆବଶ୍ୟକ। “

ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଚେତାବନୀ ଦେଇଥିଲେ ଯେ “ଭାରତରେ ଏପର୍ଯ୍ୟନ୍ତ ମୋଟ ଜନସଂଖ୍ୟାର ଖୁବ୍ କମ୍ ଲୋକ ଟିକା ନେଇଛନ୍ତି। ମହାମାରୀ ବିରୋଧରେ ଲଢିବା ପାଇଁ ଆମକୁ ଅନେକ ପଦକ୍ଷେପ ନେବା ଉଚିତ୍। ମୋଟ୍ ଜନସଂଖ୍ୟାର ବଡ ଅଂଶକୁ ଟୀକାକରଣ ଅଭିଯାନରେ ସାମିଲ କରାଯିବା ଉଚିତ । ଏବଂ ସରକାରଙ୍କୁ ଏହି ସତ୍ୟକୁ ସ୍ବୀକାର କରିବା ଉଚିତ୍ । “

ମନମୋହନ ସିଂଙ୍କ ଏହି ଆକଳନ ମଧ୍ୟ ସଠିକ୍ ବୋଲି ପ୍ରମାଣିତ ହୋଇଛି କାରଣ ଦେଶର ୧୩୦ କୋଟି ଜନସଂଖ୍ୟାର କେବଳ ୮ ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି।

(ନରେନ୍ଦ୍ର ଭଲ୍ଲା)

(ଉପରୋକ୍ତ ବିଚାର ଏବଂ ପରିସଂଖ୍ୟାନ ଲେଖକଙ୍କ ବ୍ୟକ୍ତିଗତ ବିଚାର। ଏହା ସହ ସତ୍ୟପାଠର କୌଣସି ସମ୍ପର୍କ ନାହିଁ। ଏହି ଲେଖା ସହିତ ଜଡିତ ସମସ୍ତ ଦାବି କିମ୍ବା ଆପତ୍ତି ପାଇଁ କେବଳ ଲେଖକ ଦାୟୀ )

Related Posts