ଏନସିବି ଡିଜି ହେଲେ ଓଡିଆ ପୁଅ ସତ୍ୟ ନାରାୟଣ ପ୍ରଧାନ

odia puo

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଓଡିଆ ପୁଅ ସତ୍ୟ ନାରାୟଣ ପ୍ରଧାନଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଗୁରୁଦାୟିତ୍ୱ । ତେବେ ଏନଡିଆରଏଫ ଡିଜି ଭାବେ କାର୍ଯ୍ୟ ତୁଲାଉଥିବା ସତ୍ୟ ନାରାୟଣ ପ୍ରଧାନ ଏବେ ଏନଡିଆରଏଫ୍ ସହିତ ଏନସିବିର ଡିଜି ଭାବେ କାର୍ଯ୍ୟ କରିବେ । ସେ ଏନସିବିର ପୂର୍ବତନ ଡିଜି ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅନ୍ୟପଟେ ଏନସିବିର ଡିଜି ଥିବା ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଦାଖଲ କରାଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରିବା ସମୟରେ କ୍ୟାବିନେଟର ନିଯୁକ୍ତି କମିଟି ଆଜି ଓଡ଼ିଶାରୁ ଦୁଇ ଜଣଙ୍କ ସମେତ ୧୪ ଜଣ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛି। ସେ ୧୯୮୮ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର୍‌ର ଓଡ଼ିଆ ଆଇପିଏସ୍ । ଆଜି ତାଙ୍କ ଠାରୁ ଶ୍ରୀ ପ୍ରଧାନ ଦ୍ୱାୟିତ୍ୱ ଗ୍ରହଣ କରିଥିବାର କଥା ସାମ୍ନାକୁ ଆସିଛି ।

Related Posts