ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ଃ ପ୍ରଣବ ମୁଖାର୍ଜୀଙ୍କୁ କରୋନା

ସତ୍ୟପାଠ ବ୍ୟୁରୋ :  ପୂର୍ବତନ ରାଷ୍ଟ୍ରପତି ଡ଼ଃ ପ୍ରଣବ ମୁଖାର୍ଜୀଙ୍କୁ କରୋନା । କରୋନା ହୋଇଥିବା ସମ୍ପର୍କରେ ଏ ନେଇ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସ୍ପଷ୍ଟ କରିଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ପୂର୍ବତନ ରାଷ୍ଟ୍ରପତି ଡ଼ଃ ପ୍ରଣବ ମୁଖାର୍ଜୀ ଲେଖିଛନ୍ତି ଯେ ସେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସପିଟାଲ ଯାଇଥିଲେ । ହସପିଟାଲରେ ତାଙ୍କର କୋଭିଡ-19 ନମୂନା ପରୀକ୍ଷଣ କରାଯାଇଥିବାବେଳେ ଏହାର ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ଆଇସେଲେସନ ରହିବା ପାଇଁ ପ୍ରଣବ ମୁଖାର୍ଜୀ ଅନୁରୋଧ କରିଛନ୍ତି ।

Related Posts