ସାର୍ ମଉକା ଦିଅନ୍ତୁନି

ଗତ ଅଗଷ୍ଟ ୯ ତାରିଖ ଠାରୁ କ୍ରାନ୍ତି ଦିବସ ଅବସରରେ ସପ୍ତାହବ୍ୟାପୀ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ରକ୍ତଦାନ ଶିବିରରେ କୋଭିଡ଼୍ ନିୟମକୁ ପ୍ରତ୍ୟକ୍ଷ ଭାବରେ ଭଙ୍ଗ ହେଉଥିବାର ଖବର ସାମ୍ନାକୁ ଆସିଛି । ଗତକାଲି ରାଜଧାନୀ ଭୁବନନେଶ୍ୱରରେ ହୋଇଥିବା ରକ୍ତଦାନ ଶିବିରରେ ସାମାଜିକ ଦୂରତାକୁ ଭଙ୍ଗ କରିଥିବାର ଫଟୋ ଚାରିଆଡ଼େ ଭାଇରାଲ ହେଉଛି । ଏହାକୁ ନେଇ ପ୍ରଶ୍ନ ଉଠୁଛି ଯେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିଏ ନେବ ।

ଏହି କାର୍ଯ୍ୟକ୍ରମକୁ ନେଇ କିଛି ନିୟମାବଳୀ ପ୍ରସ୍ତୁତ କରାଗଲା ଏବଂ ଏଥିରେ କୁହାଗଲା ଯେ ଗୋଟିଏ ରକ୍ତଦାନ ଶିବିରରୁ ୨୦ ୟୁନିଟ୍‌ରୁ ଅଧିକ ରକ୍ତ ସଂଗ୍ରହ କରାଯିବ ନାହିଁ କାରଣ ଏବେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଆଉ ଭୂତାଣୁକୁ ବ୍ୟାପିବାରୁ ରୋକିବା ପାଇଁ ପ୍ରଥମେ ସାମାଜିକ ଦୂରତାକୁ ଠିକ୍ ଭାବରେ ପାଳନ କରିବାକୁ ପଡ଼ିବ । ଠିକ୍ ଏହି ସବୁ ନିୟମାବଳୀ ପ୍ରସ୍ତୁତ କରୁଥିବା ସରକାରଙ୍କ ଦଳୀୟ ନେତାମାନେ ସାମାଜିକ ଦୂରତ୍ୱ ନିୟମକୁ ପ୍ରତ୍ୟକ୍ଷ ଭାବରେ ଉଲଙ୍ଘନ କରି କାର୍ଯ୍ୟ କରୁଛନ୍ତି ଯାହା ଏହି ଫଟୋରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ସରକାର ଅତି ନିକଟରେ କରିଥିବା ଶପଥ ପାଠରେ କହିଥିଲେ ଯେ ଆମେ ସମସ୍ତେ କୋଭିଡ଼ ନିୟମକୁ ପାଳନ କରିବା ଏବଂ ଏହି ଶପଥ ପାଠରେ ରଖିଥିବା ୬ ନମ୍ବର ନିୟମରେ ଉଲ୍ଲେଖ ମଧ୍ୟ କରିଥିଲେ । ଏବଂ ସେଠାରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ଆମେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା । କିନ୍ତୁ ଏହି ରକ୍ତଦାନ ଶିବିରର ଫଟୋ ଗୁଡ଼ିକ ଦେଖିଲ ସ୍ପଷ୍ଟ ଭାବରେ ଜଣା ପଡ଼ୁଛି ଯେ ସରକାର ନିଜେ ତିଆରି କରିଥିବା ନିୟମକୁ ଖୁଲମ୍ ଖୁଲା ଉଲଙ୍ଘନ କରୁଛନ୍ତି ।

 

Related Posts