ଡାକ୍ତରଖାନା ଭିତରେ ପଶିଲା ଡ୍ରେନ ଓ ବର୍ଷା ପାଣି

ପାଳଲହଡା ଡାକ୍ତର ଖାନାର ଉନ୍ନତି ପାଇଁ ପ୍ରତିବର୍ଷ ସରକାର ଙ୍କ ତରଫରୁ ଲକ୍ଷ୍ୟଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ଉଚିତ ତତ୍ବାବଧାନ ହେଉ ନଥିବାରୁ ପ୍ରତିବର୍ଷ ଅସରାଏ ବର୍ଷାରେ ଡ୍ରେନ ଓ ନାଳ ନର୍ଦମାର ପାଣି ପଶିଥାଏ ଓ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଗତକାଲି ମଧ୍ୟ ରାତ୍ର ରୁ ଆରମ୍ଭ ହୋଇଥିବା ବର୍ଷା ପାଣି , ଆଖପାଖ ର ନାଳ ନର୍ଦମାର ପାଣି ଡାକ୍ତରଖାନାର ସମସ୍ତ ଓ୍ବାର୍ଡ ଅଫିସ କାର୍ଯ୍ୟାଳୟ ରେ ପଶି ଯାଇଥିବାରୁ ରାତିତମାମ ରୋଗୀ ମାନେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହୋଇଛନ୍ତି , ସମସ୍ତ ବେଡ ରୋଗୀ ଙ୍କ ଔଷଧ ପତ୍ର ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ରୋଗୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ପାରିନାହିଁ ।  ଘଟଣା ସ୍ଥଳକୁ ପରିଦର୍ଶନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସକ ଶ୍ରୀ ପ୍ରତାପ କୁମାର ବେହେରା ପହଞ୍ଚି ରୋଗୀଙ୍କ ସମସ୍ୟା ବୁଝିବା ସହ ଡ୍ରେନ ପାଣି କିଭଳି ନିସ୍କାସିତ ହୋଇ ପାରିବ ସେ ନେଇ ତଦାରଖ ଆରମ୍ଭ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସିକ ଏହି ସମସ୍ୟା କୁନେଇ ଜିଲ୍ଲାପାଳ ଙ୍କୁ ଅବଗତ କରାଇ ଏହାର ସ୍ଥାୟୀ ସମାଧାନ କରିବେ ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ।

Related Posts