ଦ୍ରୌପଦୀ ମୁର୍ମୁ ଭାରତର ‘ମନ୍ଦ ଦର୍ଶନ’କୁ ପ୍ରତିନିଧିତ୍ୱ କରୁଛନ୍ତି: କଂଗ୍ରେସ ନେତା ଅଜୟ କୁମାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ଅଜୟ କୁମାର। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ଦ୍ରୌପଦୀ ମୁର୍ମୁ ଦେଶର ‘ମନ୍ଦ ଦର୍ଶନ’କୁ ପ୍ରତିନିଧିତ୍ୱ କରୁଛନ୍ତି। ଦ୍ରୌପଦୀ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହଁ ବୋଲି କଂଗ୍ରେସ ନେତା କହିଛନ୍ତି। ଏହା ସହ ଦେଶରେ ଅନୁସୂଚିତ ଜାତିଙ୍କ ଅବସ୍ଥା ଶୋଚନୀୟ। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶବନ୍ତ ସିହ୍ନାଙ୍କୁ ଛିଡ଼ା କରାଯାଇଛି।

ସେ କହିଛନ୍ତି ଯେ, କେବଳ ଦ୍ରୌପଦୀ ମୁର୍ମୁ ନୁହଁ ଯଶବନ୍ତ ସିହ୍ନା ମଧ୍ୟ ଜଣେ ଭଲ ପ୍ରାର୍ଥୀ। ଦ୍ରୌପଦୀ ମୁର୍ମୁ ଜଣେ ଭଦ୍ର ଓ ନମ୍ର ମହିଳା । କିନ୍ତୁ ଦ୍ରୌପଦୀ ଦେଶର ଏକ ମନ୍ଦ ଦର୍ଶନରୁ ପ୍ରତିନିଧିତ୍ୱ କରୁଛନ୍ତି । ଆମେ ତାଙ୍କୁ କେବଳ ଆଦିବାସୀ ପ୍ରତୀକ ମଧ୍ୟରେ ସୀମିତ ରଖିବା ଉଚିତ ନୁହଁ। ଆମ ପାଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଛନ୍ତି। ହାଥରସ ଘଟଣା ଘଟିଲା। ସେ ଗୋଟିଏ ବି ଶବ୍ଦ କହିଥିଲେ କି ସେ ପ୍ରଶ୍ନ କରିଛନ୍ତି । ଆମ ଦେଶରେ ଅନୁସୂଚିତ ଜାତିଙ୍କ ଅବସ୍ଥା ଭାରି ସଙ୍କଟାପନ୍ନ ରହିଛି ବୋଲି କଂଗ୍ରେସ ନେତା ଅଜୟ କୁମାର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts