ରାଷ୍ଟ୍ରପତି ନିର୍ବାଚନର ୫ଦିନ ପୂର୍ବରୁ ରାମନାଥ କୋବିନ୍ଦ ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଭବନ ଯାଇ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ରପତି ନିର୍ବାଚନ ଠିକ୍ ୫ଦିନ ପୂର୍ବରୁ ମୋଦି କୋବିନ୍ଦଙ୍କୁ ଭେଟିଛନ୍ତି। ତେବେ ଏନେଇ ରାଷ୍ଟ୍ରପତି ଭବନ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି। ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଯାଉଛି ଏହାପୂର୍ବରୁ ଜୁଲାଇ ୧୮ ତାରିଖରେ ଦେଶର ନୂତନ ରାଷ୍ଟ୍ରପତିଙ୍କ ପାଇଁ ଭୋଟ ପଡ଼ିବ ଓ ନିର୍ବାଚନର ଫଳ ଜୁଲାଇ ୨୧ରେ ପ୍ରକାଶ ପାଇବ।

ଏହି ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ନିଜ ନିଜ ପ୍ରାର୍ଥୀ ଦେଇଛନ୍ତି। ଶାସକ ବିଜେପି ପକ୍ଷରୁ ଦ୍ରୌପଦୀ ମିର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ଙ୍କୁ ପ୍ରାର୍ଥୀ କରାଯାଇଛି। ବର୍ତ୍ତମାନ ଏହି ଦୁଇ ପ୍ରାର୍ଥୀ ନିଜପାଇଁ ସମର୍ଥନ ହାସଲ କରିବାକୁ ବିଭିନ୍ନ ରାଜ୍ୟ ଗସ୍ତ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଦ୍ରୌପଦୀ ଙ୍କୁ Z+ ସୁରକ୍ଷା ଦିଆଯାଇଥିବାବେଳେ ଯଶୋବନ୍ତ ଙ୍କୁ Z ସୁରକ୍ଷା ଯୋଗାଇ ଦିଆଯାଇଛି।

Related Posts