ଡିଆରଡିଓ ତଥ୍ୟ ଲିକ୍ ମାମଲା : ଅଧିକ ତଦନ୍ତ ପାଇଁ ବାଲେଶ୍ୱରରେ ଏନଆଇଏର ୨ ଜଣିଆ ଟିମ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବାଲେଶ୍ଵର ଚାନ୍ଦିପୁର ଡିଆରଡିଓରୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ୫ ଠିକା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ଏବେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି। ତେବେ ମାମଲାର ଅଧିକ ତଦନ୍ତ ପାଇଁ ଆଜି ବାଲେଶ୍ୱରରେ ପହଞ୍ଚିଛି ଏନ୍‌ଆଇଏର ଦୁଇ ଜଣିଆ ଟିମ୍‌। କୋଲକାତାରୁ ଆସିଥିବା ଏହି ଟିମ୍‌ ବାଲେଶ୍ୱର ବାଲେଶ୍ୱର ଏସପି ଅଫିସରେ ପହଞ୍ଚି ତଦନ୍ତ ଜାରି ରଖିଛି। ଳ ଏହି ମାମଲାରେ ଏନ୍‌ଆଇଏ ତଦନ୍ତ କରିବ ନା କ୍ରାଇବ୍ରାଞ୍ଚକୁ ସାହାଯ୍ୟ କରିବ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। 

ଡିଆର୍‌ଡିଓର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ବୁଧବାର ବାଲେଶ୍ୱର ପୁଲିସ୍‌ ଡିଆରଡିଓର ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣକୁ ଗିରଫ କରିଛି। ଆଜି ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ଡ୍ରାଇଭର। ତାଙ୍କ ନାଁ ସଚିନ କୁମାର ଓରଫ ଛତା। ସେ ଉତ୍ତର ପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ଡିଆରଡିଓରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ସଚିନଙ୍କୁ ଗିରଫ କରି ପୋଲିସ କୋର୍ଟରେ ଚାଲାଣ କରିଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIକୁ ତଥ୍ୟ ଲିକ କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ, ତଥ୍ୟ ଲିକ ନେଇ ଗିରଫ  ଅଭିଯୁକ୍ତ ଡିଆରଡିଓ କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରୁ ବିଦେଶୀ ମୁଦ୍ରା କାରବାର କରୁଥିଲେ ।

Related Posts