ଡାକ୍ତରଖାନାରେ ସ୍ବର୍ଗତ ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ମଙ୍ଗେଶକର: ଶୀଘ୍ର ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଡାକ୍ତରଖାନାରେ ସ୍ବର୍ଗତ ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ମଙ୍ଗେଶକର | ଏନେଇ ତାଙ୍କ ପୁଅ ଗାୟକ ଆଦିନଥ ମଙ୍ଗେଶକର ରବିବାର ଏବିଷୟରେ ସୂଚନା ଦେଇଥିବା ବେଳେ, ଏବେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିବା ସୂଚନା ମିଳିଛି | କହିଛନ୍ତି କି ସେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ଆଠରୁ ଦଶ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେ। ହେଲେ ତାଙ୍କ ବାପା କାହିଁକି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସେ ନେଇ କିଛି ଜଣାଇ ନାହାନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ‘ଲତା ଦିନନାଥ ମଙ୍ଗେଶକର ପୁରସ୍କାର’ର ଉଦଘାଟନୀ ଉତ୍ସବରେ ଆଦିନାଥ ଏହି ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ପିତା ହିଁ ସବୁବେଳେ ସ୍ୱାଗତ ସମ୍ବୋଧନ ଭାଷଣ ଦଅନ୍ତି । କିନ୍ତୁ ଚଳିତ ବର୍ଷ ସେ ତାହା କରିପାରି ନଥିଲେ। କାରଣ ବର୍ତ୍ତମାନ ସେ ଡାକ୍ତରଖାନାରେ ଅଛନ୍ତି।

ଏହା ବ୍ୟତୀତ ସେ କହିଛନ୍ତି କି ସେ ଆସନ୍ତା ୮ରୁ୧୦ ଦିନ ମଧ୍ୟରେ ସେ ଘରକୁ ଫେରିବେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ସହ ସୁସ୍ଥ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ପାଇଁ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲତା ଦୀନନାଥ ମଙ୍ଗେଶକର ପୁରସ୍କାର ଦିଆଯାଇଛି | ଆଜି ମୁମ୍ବାଇରେ ୮୦ ତମ ବାର୍ଷିକ ମାଷ୍ଟର ଦୀନନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଦେଶ ତଥା ସମାଜ ପ୍ରତି ନିସ୍ୱାର୍ଥପର ସେବା ପାଇଁ ମୋଦୀଙ୍କୁ ପ୍ରଥମ ଲତା ଦୀନନାଥ ମଙ୍ଗେଶକର ପୁରସ୍କାର ଦିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲତା ଦିଦି କେବଳ ବୟସରେ ନୁହେଁ ବରଂ କାର୍ଯ୍ୟରେ ବି ମୋ ଠାରୁ ବଡ ଥିଲେ ।

ସୂଚନା ଥାଉ କି ଲତା ଦୀନନାଥ ମଙ୍ଗେଶକର ପୁରସ୍କାର ମହାନ ଗାୟିକା ଲତା ମଙ୍ଗେଶକରଙ୍କ ସ୍ମୃତି ଓ ସମ୍ମାନ ପାଇଁ ଦିଆଯାଇଛି |

Related Posts