ଚିଲିକା ଓ ଭିତରକନିକାର ସୁରକ୍ଷା ପାଇଁ ଡ୍ରୋନ ବ୍ୟବହାର ହେବ: ହାଇକୋର୍ଟ

କଟକ: ଆଦ୍ରଭୂମି ସୁରକ୍ଷା ମାମଲାକୁ ନେଇ ଆଜି ହାଇକୋର୍ଟ ଶୁଣାଣୀ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ।

ଚିଲିକା ଓ ଭିତରକନିକାର ସୁରକ୍ଷା ପାଇଁ ଡ୍ରୋନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୪ ଟି ଜିଲ୍ଲାର ଜିଲ୍ଲାପାଳ ଏହାର ବ୍ୟବସ୍ଥା କରିବେ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଳାପାଳ ଏହାର ବ୍ୟବସ୍ଥା କରିବେ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ଟଙ୍କା ଯୋଗାଇବେ ବୋଲି ମାମଲାର ଶୁଣାଣି କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related Posts