ବେଫିକର ମାତାଲ ଡାକ୍ତର

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ମାତାଲ ରୂପ ସମସ୍ତଙ୍କୁ ଚକିତ କରିଛି ।  ମଦ ପିଇ ନିଶାସକ୍ତ ଅବସ୍ଥାରେ ଜବରଦସ୍ତ ଜଣଙ୍କ ଘରେ ପଶିଛନ୍ତି । ଏଠାରେ ଯେଉଁ ଡାକ୍ତରଙ୍କ କଥା କୁହାଯାଉଛି, ସେ ହେଲେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାନସର୍ ବିଭାଗର ନୋଡାଲ ଅଫିସର ଡାକ୍ତର ଅବିନାଶ ମିଶ୍ର ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କ୍ୟାନସର୍ ବିଭାଗର ନୋଡାଲ ଅଫିସର ଡାକ୍ତର ଅବିନାଶ ମିଶ୍ର ବଲାଙ୍ଗିର ରେଳ ଷ୍ଟେସନ୍ ଅଞ୍ଚଳରେ ଜଣଙ୍କ ଘରେ ଜୋର୍ ଜବରଧସ୍ତ ଧସେଇ ପଶିଥିଲେ । ଏହା ଦେଖି ଘରର ମୁଖିଆ ଆଶ୍ଚର୍ଯ୍ୟ ହୋଇଥିଲେ । ଘର ଲୋକ ତାଙ୍କୁ କାବୁ କରି ଜାଣିବାକୁ ପାଇଥିଲେ ଯେ ଡାକ୍ତର ଅବିନାଶ ମିଶ୍ର ମଦ ପିଇ ନିଶାରେ ଅଛନ୍ତି । ଏ ନେଇ ଘରର ମୁଖିଆ ବଲାଙ୍ଗିର ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ଥାନାକୁ ଆଣିଥିଲା । ଏବେ ବି ଡାକ୍ତର ଅବିନାଶ ମିଶ୍ର ଅଟକ ରହିଥିବା ସୂଚନା । ଡାକ୍ତରଙ୍କ ସ୍କୁଟି ଡିକିରୁ ଗୋଟିଏ ମଦ ବୋତଲ ମଧ୍ୟ ଜବତ ହୋଇଛି । ଜଣେ ଡାକ୍ତରଙ୍କ ଏଭଳି ଅଶୋଭନୀୟ ଆଚରଣକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ବଲାଙ୍ଗିରର ମାତାଲ ଡାକ୍ତରଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?

5-ଟି ସଚିବ ଡାକ୍ତର ଅବିନାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ?

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମୋ ସରକାରର 5-ଟି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଧିକ ଅଶୋଭନୀୟ ଖବର ସାମ୍ନାକୁ ଆସୁଛି । ଏବେ ଉକ୍ତ ଡାକ୍ତରଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ରହିଛି ଜିଲ୍ଲାବାସୀଙ୍କ ନଜର ।

Related Posts