ଡି.ଏସ୍‌ କୁଟ୍ଟେ ସସ୍‌ପେଣ୍ଡ୍‌, ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ୍

ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ): IPS ଡି.ଏସ୍‌ କୁଟ୍ଟେ ସସ୍‌ପେଣ୍ଡ୍‌ । ଡିଏସ୍‌ କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରୁ ସସ୍‌ପେଣ୍ଡ କଲେ ECI । CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ଏନେଇ CEOଙ୍କୁ ନିର୍ଦ୍ଦେଶ ଜାରି କଲେ ECI । ନିର୍ବାଚନ ପ୍ରକ୍ରିୟାରେ ଅନୁଚିତ୍ ହସ୍ତକ୍ଷେପ ପାଇଁ ସସ୍‌ପେଣ୍ଡ କଲେ । ସସ୍‌ପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସ୍‌ରେ କାର୍ଯ୍ୟ କରିବେ ।

କାଲି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ । କୁଟ୍ଟେଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ମୁଖ୍ୟ ସଚିବଙ୍କୁ ଦେବାକୁ CEOଙ୍କୁ ନିର୍ଦ୍ଦେଶ । ଅଭିଯୋଗ ଫର୍ଦ୍ଦ ଦେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ । ମେ ୩୦ ଅପରାହ୍ନ ୫ଟା ପୂର୍ବରୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ।

ଅନ୍ୟପଟେ ବରିଷ୍ଠ IPS ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ । ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଭାରତୀୟ ନିର୍ବାଚନ କମିଶନ । ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ ECI । ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ । ମେ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ପାଇଁ ଆଶିଷଙ୍କୁ ନିର୍ଦ୍ଦେଶ ।

ପୂର୍ବରୁ ଏହି IPS ଅଧିକାରୀ ଡି.ଏସ୍. କୁଟ୍ଟେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି । କୁଟ୍ଟେଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି CEOଙ୍କୁ ଅଭିଯୋଗ କରିଥିଲା ବିଜେପିର ଏକ ଟିମ୍ । କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରେ ନଲଗାଇବାକୁ ECI ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ଏସପି, IICଙ୍କୁ ଫୋନ୍ କରି ବିଜେଡି କାର୍ଯ୍ୟ କୁଟ୍ଟେ କରାଉଥିବା ବିଜେପି ଅଭିଯୋଗ କରିଥିଲା ।

କୁଟ୍ଟେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ଦୋହରାଇଥିଲା ବିଜେପି । ତୁରନ୍ତ କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ରେକର୍ଡ-CDR ଯାଞ୍ଚ କରି କାହା ସହ କଥା ହୋଇଛନ୍ତି ସାର୍ବଜନୀନ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଜଣାଇଥିଲା ଦଳ।

ବିଜେଡି ପାଇଁ କାମ କରୁଥିଲେ ଡି.ଏସ୍‌ କୁଟ୍ଟେ ଆଶିଷ ସିଂ: ବିଜେପି

କୁଟ୍ଟେ, ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିଜେପି ସ୍ୱାଗତ କରିଛି। ରାଜ୍ୟ ବିଜେପି ଉପସଭାପତି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଛି।୨ ମାସ ଭିତରେ ଆମେ ପ୍ରାୟ ୨୦ ଥର ଏନେଇ ଅଭିଯୋଗ କରିଛୁ। ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଜରିଆରେ ମାଡ଼ ମରାଇଲେ। ଖଲ୍ଲିକୋଟ ଓ ବରଗଡ଼ରେ ବିଜେପି କର୍ମୀଙ୍କୁ ହତ୍ୟା କରାଗଲା। କାଲି ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ମରଣାନ୍ତ୍ରକ ଆକ୍ରମଣ ହେଲା। ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଚାମଚାଗିରି କରୁଛନ୍ତି। CEOଙ୍କ ରିପୋର୍ଟ ଆଧାରରେ ସେମାନଙ୍କୁ ସସ୍‌ପେଣ୍ଡ କରାଯାଇଛି।

Related Posts