(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶର ସର୍ବୋଚ୍ଚ ପାଣିପାଗ ବିଜ୍ଞାନୀଙ୍କ ଦ୍ବାରା ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ଗତ ୫୦ ବର୍ଷରେ ଗ୍ରୀଷ୍ମପ୍ରବାହ ଯୋଗୁଁ ୧୭ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ରିପୋର୍ଟ ଅନୁଯାୟୀ ୧୯୭୧ ରୁ ୨୦୧୯ ମଧ୍ୟରେ ଦେଶରେ ୭୦୬ ଟି ହଟ୍ ୱେଭ୍ ଦେଖାଦେଇଛି । ଏହି ରିସର୍ଚ୍ଚ ପେପରଟି ଚଳିତ ବର୍ଷ ପ୍ରାରମ୍ଭରେ ପାଣିପାଗ ବିଜ୍ଞାନୀ କମଲଜିତ ରୟ, ଏସ୍ ଏସ୍ ରୟ , ଆର କେ ଗିରି ଏବଂ ଏ ପି ଡିମ୍ ରି ଙ୍କ ସମେତ ମିନିଷ୍ଟ୍ରି ଅଫ୍ ୟାର୍ଥ ସାଇନ୍ସର ସଚିବ ଏମ ରାଜୀବଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ବୈଜ୍ଞାନିକ କମଲଜିତ୍ ରୟ ହେଉଛନ୍ତି ଏହି ରିସର୍ଚ୍ଚ ପେପରର ମୁଖ୍ୟ ଅଥର। extreme weather events (EWE) ମଧ୍ୟରୁ ହିଟ୍ ୱେଭ୍ ହେଉଛି ଅନ୍ୟତମ। ଗତ ୫୦ ବର୍ଷ ମଧ୍ୟରେ (୧୯୭୧ ରୁ ୨୦୧୯) EWE ଯୋଗୁଁ ୧୪୧୩୦୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ୧୭୩୬୨ ଜଣଙ୍କର ମୃତ୍ୟୁ କେବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ହୋଇଛି। ମୋଟ ମୃତ୍ୟୁର ଏହା ହେଉଛି ୧୨ ପ୍ରତିଶତରୁ ଅଧିକ। ଏହି ରିସର୍ଚ୍ଚ ପେପର ଅନୁଯାୟୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡିଶାରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ଜନିତ ମୃତ୍ୟୁ ଘଟିଛି। କୋର ହିଟୱେଭ୍ ଜୋନ୍ (CHZ) ହେଉଛି ହେଟ୍ ୱେଭ୍ (HW) ଏବଂ ସିଭିୟର ହିଟ୍ ୱେଭ୍ (SHW) । ଏଥିପାଇଁ ମେ ମାସରେ ସର୍ବାଧିକ ଏଭଳି ଘଟଣା ଦେଖିବାକୁ ମିଳିଥାଏ । କୋର ହିଟୱେଭ୍ ଜୋନ୍ ରେ ଥିବା ରାଜ୍ୟ ଗୁଡ଼ିକ ହେଉଛି ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା । ଏହି ରିସର୍ଚ୍ଚ ପେପରଟି ଉତ୍ତର ଗୋଲାର୍ଦ୍ଧର ବିଭିନ୍ନ ସ୍ଥାନରେ ସାମ୍ପ୍ରତିକ ଗ୍ରୀଷ୍ମପ୍ରବାହ ପୃଷ୍ଠଭୂମି ଉପରେ ଆଧାରିତ। ଚଳିତ ସପ୍ତାହ ଆରମ୍ଭରେ, ଉତ୍ତର ଆମେରିକାର କାନାଡା ଏବଂ ଆମେରିକାର କିଛି ଅଂଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ବହୁ ଲୋକଙ୍କ ଜୀବନ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ପାର କରିଯାଇଥିଲା। ଭାରତରେ, ଉତ୍ତର ଭାରତୀୟ ସମତଳ ଏବଂ ପାହାଡଗୁଡିକ ମଧ୍ୟ ଗ୍ରୀଷ୍ମପ୍ରବାହ ଅନୁଭବ କରିଥିଲେ । ସେହିପରି ସମତଳ ଅଞ୍ଚଳରେ ଚଳିତ ସପ୍ତାହ ଆରମ୍ଭରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଥିବା ରେକର୍ଡ କରାଯାଇଥିଲା । ଏହି ରିସର୍ଚ୍ଚ ପେପରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଗ୍ରୀଷ୍ମପ୍ରବାହ, EWE ଯୋଗୁଁ ବଜ୍ରପାତ ଜନିତ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଉଛି। କୌଣସି ସ୍ଥାନରେ ସେତେବେଳେ ହିଟୱେବ୍ ଜାରି କରାଯାଏ ଯେତେବେଳେ ଉକ୍ତ ସ୍ଥାନର ତାପମାତ୍ରା ସମତଳ ଅଞ୍ଚଳରେ ୪୦ ଡିଗ୍ରୀ ସେଲସିୟସ୍ ଏବଂ ପାହାଡ଼ିଆ ଅଞ୍ଚଳ ପାଇଁ ୩୦ ଡିଗ୍ରୀ ସେଲସିୟସ୍ ହୋଇଥାଏ । ଅବଶ୍ୟ, ଯେତେବେଳେ ଉପକୂଳ ଅଞ୍ଚଳଗୁଡିକ ପାଇଁ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଏବଂ ଅନ୍ୟ ଅଞ୍ଚଳଗୁଡିକ ପାଇଁ ୪୫ ଡିଗ୍ରୀ ସେଲସିୟସ୍ ହୋଇଥାଏ ସେତେବେଳେ ସେହି ଅଞ୍ଚଳରେ, ହିଟୱେବ୍ ଜାରି ହୋଇଥାଏ। ବାୟୁମଣ୍ଡଳର ତାପମାତ୍ରା ଯଦି ସାଧାରଣ ତାପମାତ୍ରାଠାରୁ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ହୁଏ ତେବେ ହିଟୱେବ୍ ଜାରି ହୋଇଥାଏ। ଜାନୁୟାରୀ 2020 ରେ ଲୋକସଭାରେ ହିଟୱେବ୍ ଉପରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ସଦ୍ୟତମ ଅଧ୍ୟୟନରେ ତାପମାତ୍ରା ବୃଦ୍ଧି ହେବା ସହିତ ବିଗତ ବର୍ଷଗୁଡିକରେ ଦେଶର ଅନେକ ସ୍ଥାନରେ ହିଟୱେବ୍ ମଧ୍ୟ ଦେଖାଯାଇଛି। ସେ କହିଥିଲେ ଯେ , “ହିଟୱେବ୍ ବୃଦ୍ଧି ହେବାର ଅନ୍ୟତମ କାରଣ ହେଉଛି ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍, ମିଥେନ ଇତ୍ୟାଦି ଗ୍ରୀନ୍ ହାଉସ୍ ଗ୍ୟାସ୍ ବୃଦ୍ଧି ସହିତ ଜଡିତ ଗ୍ଲୋବାଲ୍ ୱାର୍ମିଂ। ୨୦୧୭ ରେ ଦେଶରେ ୩୦ ଟି ହିଟୱେବ୍ ର ଉଦାହରଣ ଥିଲା – ଆନ୍ଧ୍ରପ୍ରଦେଶ (୧), ଝାଡଖଣ୍ଡ (୨), ମହାରାଷ୍ଟ୍ର (୬), ଓଡିଶା (୮), ତେଲେଙ୍ଗାନା (୧୨), ଏବଂ ପଶ୍ଚିମବଙ୍ଗ (୧) । ୨୦୧୮ ରେ ୧୨ ଟି ହିଟୱେବ୍ ରେକର୍ଡ ହୋଇଛି – ଉତ୍ତରପ୍ରଦେଶ (୨), ମହାରାଷ୍ଟ୍ର (୫), ଝାଡଖଣ୍ଡ (୧), କେରଳ (୩), ଛତିଶଗଡ (୧) । ୨୦୧୯ ରେ, ମହାରାଷ୍ଟ୍ର (୧୫), କେରଳ (୬), ବିହାର (୪) ଏବଂ ରାଜସ୍ଥାନରେ (୧) ମୋଟ ୨୬ଟି ହିଟୱେବ୍ ରେକର୍ଡ କରାଯାଇଥିଲା। ହିଟ୍ ୱେଭ୍ ଯୋଗୁଁ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ହିଟୱେବ୍ ର ଅତ୍ୟଧିକ ସଂସ୍ପର୍ଶରେ ଆସିଲେ ଡିହାଇଡ୍ରେସନ୍, କ୍ରମ୍ପ୍, ଥକ୍କାପଣ ଏବଂ ହିଟ୍ ଷ୍ଟ୍ରୋକ ଭଳି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ହିଟୱେବ୍ ଯୋଗୁଁ ଖାଦ୍ୟ ବିଷାକ୍ତ ହେବା ମଧ୍ୟ ବୃଦ୍ଧି ପାଇଛି। ଅତ୍ୟଧିକ ତାପମାତ୍ରା ବୃଦ୍ଧି ହେତୁ ଆଚରଣଗତ ପରିବର୍ତ୍ତନ ମାମଲାରେ ମଧ୍ୟ ବୃଦ୍ଧି ଘଟିଛି ବୋଲି ହର୍ଷବର୍ଦ୍ଧନ ସୂଚନା ଦେଇଥିଲେ।
