ଶୁଣାଣିରେ ବିଳମ୍ବ ହେବାରୁ ବ୍ୟକ୍ତିଙ୍କ ଉନ୍ମୁକ୍ତ କାଣ୍ଡ, ଭଙ୍ଗାରୁଜା ସାଙ୍ଗକୁ କୋର୍ଟ ପରିସରରେ ଫିଲ୍ମ ଷ୍ଟାଇଲରେ କହିଲେ – ‘ତାରିଖ ପେ ତାରିଖ…’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କୋର୍ଟରେ କୌଣସି କେସ୍ ର ଶୁଣାଣି ଆରମ୍ଭ ହେଲେ ମାମଲା ଦୀର୍ଘ ଦିନ ଧରି ଚାଲୁଥିବା ନଜିର ରହିଛି । ଆଉ ଏଥିପାଇଁ ତାରଖ ଦିଆଯାଇଥାଏ। ଏହାକୁ ନେଇ ବଲିଉଡ୍ ଅଭିନେତା  ସନି ଦେଓଲଙ୍କ ‘ଦାମିନୀ’ ଫିଲ୍ମର ଏକ ଲୋକପ୍ରିୟ ଡାଇଲଗ୍ ରହିଛି, ” ତାରିଖ ପେ ତାରିଖ ମିଲତା ହୈ, ଇନସାଫ୍ ନେହିଁ ମିଲତା ଜଜ୍ ସାବ୍। “

ତେବେ ଦିଲ୍ଲୀର କରକଡ଼ଡୁମା କୋର୍ଟରେ ଜୁଲାଇ ୧୭ ତାରିଖ ଦିନ ଏମିତି କିଛି ଘଟିଥିଲା। ଯାହାକି ସନି ଦେଓଲଙ୍କ ‘ଦାମିନୀ’ ଫିଲ୍ମ ଭଳି ଦୃଶ୍ୟ ସୃଷ୍ଟି ହୋଇଥିଲା । ନ୍ଯୁଜ୍ ଏଜେନ୍ସି ANI ଅନୁଯାୟୀ ଜଣେ ବ୍ୟକ୍ତି କୋର୍ଟ ପରିସରରେ ଥିବା ଆସବାବପତ୍ର ଏବଂ କମ୍ପ୍ୟୁଟରକୁ ଭଙ୍ଗାରୁଜା କରିଥିଲେ ।

 ଏହି ଘଟଣା ଜୁଲାଇ ୧୭ ରେ କଡ଼କଡ଼ଡୁମା କୋର୍ଟ ନମ୍ବର ୬୬ ରେ ଏହି ଘଟଣା ଦେଖିବାକୁ ମିଳିଛି । ଅଭିଯୋଗ ହୋଇଛି ଯେ ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ କେବଳ ଶୁଣାଣି ପାଇଁ ତାରିଖ ପରେ ତାରିଖ ଦେଉଛନ୍ତି, ତେଣୁ ନ୍ୟାୟ ପ୍ରକ୍ରିୟା ବିଳମ୍ବ ହୋଇଛି।

ଦିଲ୍ଲୀ ପୋଲିସର ସୂଚନାନୁସାରେ ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଶାସ୍ତ୍ରୀନଗରର ରାକେଶ । 2016 ରୁ ଏହି ମାମଲା ଚାଲିଛି । ମାମଲାର ତାରିଖ 17 ଜୁଲାଇରେ ଥିଲା, ରାକେଶ ସେହି ଦିନ ଆସିଥିଲେ । ମାମଲାର ଶୁଣାଣି ଚାଲିଥିଲା ​​ଏବଂ ବିଚାରପତି ପରବର୍ତ୍ତୀ ତାରିଖ ଦେଇଥିଲେ । ଏହା ଉପରେ ରାକେଶ କ୍ରୋଧିତ ହୋଇ ଏପରି ଭଙ୍ଗାରୁଜା କରିଥିଲେ । ତେବେ ସେ ଏତିକିରେ ଅଟକି ନଥିଲେ, ସେ ସନି ଦେଓଲଙ୍କ ‘ଦାମିନୀ’ ଫିଲ୍ମର ସଂଳାପ ‘ତାରିଖ ପେ ତାରିଖ ମିଲତା ହୈ, ଇନସାଫ୍ ନେହିଁ ମିଲତା ଜଜ୍ ସାବ୍’ କହିଥିଲେ ।

ଏ ସମ୍ପର୍କରେ କୋର୍ଟର କର୍ମଚାରୀ ପୋଲିସକୁ ସୂଚନା ଦେଇଥିଲେ, ପରେ ରାକେଶଙ୍କୁ ଗିରଫ କରାଯାଇଥିଲା । ପୋଲିସ ରାକେଶଙ୍କୁ ଗିରଫ କରି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲା, ଯେଉଁଠାରୁ ତାଙ୍କୁ ଜେଲକୁ ପଠାଯାଇଥିଲା । ପୋଲିସ କହିଛି ଯେ ଏହି ମାମଲା କ୍ରମାଗତ ଭାବେ ଲମ୍ବା ହେଉଥିବାରୁ ରାକେଶ ନିରାଶ ହୋଇ ଏସବୁ କରିଛନ୍ତି । ତାଙ୍କ ବିରୋଧରେ ଧାରା 353, 427 ଏବଂ 506 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଏହି ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, ” ଦାମିନୀ ହେଉଛି ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ଏକ ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ର, ଏଥିରେ ମୁଖ୍ୟ ଭୂମିକାରେ ସନି ଦେଓଲ, ରିଷି କପୁର, ଅମ୍ ରେଶ ପୁରୀ, ପରେଶ ରାୱଲ ପ୍ରମୁଖ ଅଭିନୟ କରିଛନ୍ତି। ଏହି ସିନେମାରେ ହତାଶ ଆଡଭୋକେଟର ଚରିତ୍ରରେ ଅଭିନୟ କରୁଥିବା ସନ୍ନି ଦେଓଲ ‘ତାରିଖ ପେ ତାରିଖ ଚିତ୍କାର କରୁଥିବାର ନଜର ଆସୁଛନ୍ତି। “

Related Posts