
ମେକ୍ସିକୋ ସିଟି: ଥରିଲା ଆମେରିକାର ମେକ୍ସିକୋ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ରେକର୍ଡ କରାଯାଇଛି । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ ।
ରିପୋର୍ଟ ଅନୁଯାୟୀ, ୭.୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଯୋଗୁଁ ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । କୁହାଯାଉଛି ସ୍ଥାନୀୟ ସମୟ ମଧ୍ୟାହ୍ନ ୧.୦୫ ରେ ଏହି ଭୂକମ୍ପ ଘଟିଛି । ମାଇକୋଚାନ୍ ରାଜ୍ୟର ଲା ପ୍ଲାସିଟା ଡି ମୋରେଲୋସ୍ ସହରରେ ଏହାର କେନ୍ଦ୍ର କୁହାଯାଉଛି । ରାଜଧାନୀ ମେକ୍ସିକୋ ସିଟି ପର୍ଯ୍ୟନ୍ତ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ପ୍ରବଳ ଭୂକମ୍ପ ପରେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି ।
ଏହି ଭୂକମ୍ପ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଭୂକମ୍ପ ହେତୁ କାହାରି ମୃତ୍ୟୁ ହୋଇନି । ମେକ୍ସିକୋର କୋଲିମା ରାଜ୍ୟର ଏକ ମଲରେ ଅବସ୍ଥିତ ଏକ ଜିମ୍ ଭୂକମ୍ପ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।