ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଥିବା କାମ୍ପବେଲ ବେ’ ଅଞ୍ଚଳ

ନୂଆଦିଲ୍ଲୀ: ଥରିଲା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଥିବା କାମ୍ପବେଲ ବେ ଅଞ୍ଚଳ | ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ରେକର୍ଡ କରାଯାଇଥିବା ବେଳେ, ସୋମବାର ରାତି 1ଟା 11 ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି | ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହା ଦ୍ବୀପପୁଞ୍ଜର ଏନଏନଇ କାମ୍ପବେଲ ବେ ଠାରୁ ୮୫ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଶେଷ ଥର ପାଇଁ ମେ 1ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ରେକର୍ଡ କରାଯାଇଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବା ବେଳେ ଏହାର ଅକ୍ଷାଂଶ 13.25 ରହିଥିବାବେଳେ ଦ୍ରାଘିମା 92.96ର ରହିଥିଲା। ଏହା ଦ୍ବୀପପୁଞ୍ଜର ଦିଗଲୀପୁର ଠାରୁ 3 କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା ।

Related Posts