ଭୂମିକମ୍ପରେ ଥରିଲା କାଶ୍ମୀରର ଲେହର: ୪.୩ ତୀବ୍ରତର ଝଟକା ଅନୁଭୂତ

ଜମ୍ମୁ-କାଶ୍ମୀର: ଭୂକମ୍ପ ରେ ଥରିଲା ଜମ୍ମୁ-କାଶ୍ମୀରର ଲେହର। ମଙ୍ଗଳବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣା ପଡିଛି । ସକାଳ ୭ଟା ୨୯ରେ ଭୂକମ୍ପର ଝଟକା ଲାଗିଥିଲା । ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି ।

ଭୂକମ୍ପର ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଯାଇଥିଲେ । ତେବେ ଏହା ଏତେ ଗୁରୁତର ନଥିଲା । କେହି ମୃତାହତ ହୋଇଥିବା ଖବର ମଧ୍ୟ ଏବେସୁଦ୍ଧା ଆସିନାହିଁ ।

ଏହାପୂର୍ବରୁ ସୋମବାର ବିଳମ୍ବିତ ରାତ୍ରରେ ଆଣ୍ଡାମାନରେ ଭୂମିକମ୍ପର ଝଟକା ଲାଗିଥିଲା । ଦିଗଲୀପୁର ଭୂମିକମ୍ପରେ ଥରିଥିଲା । ଏହାର ତୀବ୍ରତା ୪.୪ ଥିଲା । କେବଳ ଏତିକି ନୁହେଁ ଏହାର କେନ୍ଦ୍ରସ୍ଥଳୀ ଦିଗଲୀପୁରରୁ ୧୪୭ କିମି ଥିବା ସୂଚନା ମିଳିଛି ।

Related Posts