ଭୂମିକମ୍ପ ଝଟକାରେ ଥରିଲା ମେଘାଳୟ: ରିକ୍ଟର ସ୍କେଲରେ ତୀବ୍ରତା ୪.୨

ନୂଆଦିଲ୍ଲୀ: ମେଘାଳୟରେ ଭୂମିକମ୍ପ ଅନୁଭୂତ । ସୋମବାର ସକାଳେ ମେଘାଳୟରେ ଭୂମିକମ୍ପର ଝଟକା ଅନୁଭୁତ ହେଉଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ବୋଲି ଜଣାପଡିଛି ।

ସୋମବାର ସକାଳେ ମେଘାଳୟବାସୀ ଭୁମିକମ୍ପର ଝଟକା ଅନୁଭୂତ କରିଥିଲେ । ଏହାର କେନ୍ରସ୍ଥଳ ତୁରାଠୁ ୪୩ କିମି ଦୂରରେ ବୋଲି ଜଣାପଡିଛି । ସକାଳ ୬ଟା ୩୨ରେ ହିଁ ମେଘାଳୟ ମାଟି ଥରିଥିଲା।

ତେବେ ଝଟଲା ଲାଗିବା ପରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ । ଏବୁସଦ୍ଧା କୌଣସି ବଡ ଧରଣର ଅଘଟଣ ହୋଇଥିବା ଖବର ଆସିନାହିଁ । କିନ୍ତୁ ଲୋକେ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।

Related Posts