ପୂଜା ଛୁଟି ଯୋଗୁଁ ଭିଡକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁ କେଉଁ ଟ୍ରେନ୍

ପୂଜା ଛୁଟି ସମୟରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ଓ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି । ଏଥିସହ ନିୟମିତ ଟ୍ରେନଗୁଡିକରେ ମଧ୍ୟ ଅତିରିକ୍ତ ବଗି ସଂଯୋଗ ହେଉଛି । ଫଳରେ ଅଧିକ ବର୍ଥ ସୃଷ୍ଟି କରାଯାଇ ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ପ୍ରଦାନ କରାଯାଇପାରିବ ।

ଏହି ଟ୍ରେନ ଗୁଡିକ ହେଲା ପୁରୀ-ସନ୍ତ୍ରାଗାଛି(ହାୱଡ଼ା)-ପୁରୀ, ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି, ଶାଲିମର-ପୁରୀ-ସନ୍ତ୍ରାଗାଛି, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସାପ୍ତାହିକ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଦ୍ବିସାପ୍ତାହିକ, ସମ୍ବଲପୁର-ବନସୱାଡି-ସମ୍ବଲପୁର, ସିଆଲଦା-ପୁରୀ-ସିଆଲଦା, ହବିବଗଞ୍ଜ-ପୁରୀ-ହବିବଗଞ୍ଜ(ଭୋପାଳ), ଭଞ୍ଜପୁର-ପୁରୀ-ଭଞ୍ଜପୁର, ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ, କଚେଗୁଡ଼ା-ଟାଟା-କଚେଗୁଡ଼ା(ସିକନ୍ଦରାବାଦ), ଚେନ୍ନାଇ-ଗୌହାଟି-ଚେନ୍ନାଇ, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ, ବିଶାଖାପାଟଣା-ଆରକୁ-ବିଶାଖାପାଟଣା, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ଓ କଚେଗୁଡ଼ା-ଶ୍ରୀକାକୁଲମ-କଚେଗୁଡା ସ୍ୱତନ୍ତ୍ର ଟ୍ରେନ ।

ଏହାବ୍ୟତୀତ ନିୟମିତ ଯାତାୟାତ କରୁଥିବା ଟ୍ରେନଗୁଡିକ ସହିତ ଭିତ୍ତିଭୂମିର ସୁବିଧା ଦେଖି ପୂଜା ଛୁଟି ଭିଡ଼ ସମୟରେ ବିଭିନ୍ନ ପ୍ରାନ୍ତକୁ ଅଧିକ ଟ୍ରେନ ଚଳାଚଳ ପାଇଁ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଉଛି । ମାତ୍ରାଧିକ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ନିୟମିତ ଚଳାଚଳ କରୁଥିବା ୪୦ଟି(୨୦ ଯୋଡ଼ା) ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ ହୋଇଛି । ଏହାଦ୍ବାରା ଆହୁରି ଅଧିକ ବର୍ଥ ସୃଷ୍ଟି ହୋଇପାରିଛି । ଏହି ଟ୍ରେନଗୁଡିକ ହେଲା ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ହାୱଡା ଯାଉଥିବା ଧଉଳି ଓ ଜନଶତାବ୍ଦୀ ଏକ୍ସପ୍ରେସ, ଭୁବନେଶ୍ୱର-ପୁଡୁଚେରୀ, ବୋକାରକୁ ଯାଉଥିବା ଗରିବ ରଥ ଏକ୍ସପ୍ରେସ, ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ଦୁର୍ଗ, ପୁରୀ-ହାତୀଆ ତପସ୍ୱିନୀ, ପାଟନାକୁ ଯାଉଥିବା ବୈଦ୍ୟନାଥଧାମ ଏକ୍ସପ୍ରେସ, ପୁରୀ-ହାୱଡା ଓ ସମ୍ବଲପୁର-ହାୱଡା ଏକ୍ସପ୍ରେସ ଇତ୍ୟାଦି ।

ସେହିପରି ବିଶାଖାପାଟଣାରୁ ଛାଡ଼ୁଥିବା ଏଲ୍‌ଟିଟି ଏକ୍ସପ୍ରେସ, ଏପି ଏକ୍ସପ୍ରେସ, କୋଲ୍ଲମ ଏକ୍ସପ୍ରେସ, ଗାନ୍ଧୀଧାମ ଏକ୍ସପ୍ରେସ ଓ ସାଇନଗର ସିରିଡ଼ି ଏକ୍ସପ୍ରେସରେ ଅତିରିକ୍ତ ବଗି ସଂଯୋଗ କରାଯାଇ ଅଧିକ ବର୍ଥ ସୃଷ୍ଟି କରାଯାଇଛି । ନିୟମିତ ଚଳାଚଳ କରୁଥିବା କେତେକ ଟ୍ରେନରେ ଏସି୩ ଟାୟାର ବଗି ସଂଯୋଗ କରାଯାଇ ଥିବା ବେଳେ କେତେକରେ ସ୍ଲିପର୍‌ କ୍ଲାସ ଓ କେତେକରେ ଦ୍ଵିତୀୟ ଶ୍ରେଣୀ ଚେୟାରକାର ବଗି ସଂଯୋଗ ହୋଇଛି ।

Related Posts