ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଏମ୍.ଭେଙ୍କିୟା ନାଇଡ଼ୁ: ସ୍ୱତନ୍ତ୍ର ବିମାନ ଯୋଗେ ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶାରେ ପହଂଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ବାୟୁସେନାର ସ୍ୱତନ୍ତ୍ର ବିମାନ “ରାଜଦୂତ” ଯୋଗେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଂଚିଛନ୍ତି ।
ବାୟୁସେନାର ସ୍ୱତନ୍ତ୍ର ବିମାନ “ରାଜଦୂତ”ରେ ଦିନିକିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ସେ ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ସ୍ୱାଗତ କରିବା ପାଇଁ ବିଜୁପଟ୍ଟନାୟକ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।
ଏହା ପରେ ଉପରାଷ୍ଟ୍ରପତି  ରାଜଭବନରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ କରିବେ । ସେଠାରୁ ସେ ୩ଟା୧୦ ରେ କଟକ ଯାତ୍ରା କରି “ସମାଜ” ଖବରକାଗଜର ଶତବାର୍ଷିକୀ ସମାରୋହରେ ମଧ୍ୟ ସାମିଲ ହେବେ । ଏହାପରେ ସନ୍ଧ୍ୟା ୫ଟା ୫୦ମିନିଟରେ ସେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।
Related Posts