ଜେଲରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ଏକାଧିକ ଥର ରିମାଣ୍ଡରେ ନେବା ସତ୍ତ୍ୱେ ଇଡି ଆଗରେ ମୁହଁ ଖୋଲି ନଥିଲେ ଅର୍ଚ୍ଚନା ନାଗ । ବର୍ତ୍ତମାନ ଇଡି ହାତରେ ଅର୍ଚ୍ଚନାଙ୍କ ଡିଜିଟାଲ୍ ଡିଭାଇସର ଫରେନ୍ସିକ ଆନାଲିସିସ୍ ରିପୋର୍ଟ ରହିଥିବା ବେଳେ ଏବେ ତାଙ୍କୁ ଝାରପଡ଼ା ଜେଲରେ ଜେରା କରିବ ଇଡି । ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାରପଡ଼ା ଜେଲ୍ ଭିତରେ ଜେରା କରିବ ବୋଲି ସୂଚନା ମିଳିଛି।ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଜେଲ୍ ଭିତରେ ଜେରା ପାଇଁ ଇଡି କରିଥିବା ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି । ଜାନୁଆରୀ ୪ ଓ ୫ ତାରିଖ ଦୁଇ ଦିନ ଧରି ଇଡି ଝାରପଡ଼଼ା ଜେଲରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ ପଚରାଉଚରା କରିବ ।

ତେବେ ପୂର୍ବରୁ ଅର୍ଚ୍ଚନାଙ୍କୁ ଇଡି ପ୍ରଥମେ ୭ ଦିନ ଓ ପରେ ୬ ଦିନ ଲାଗି ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ରିମାଣ୍ଡରେ ଯିବା ବେଳେ ଅର୍ଚ୍ଚନା ଗଣମାଧ୍ୟମ ଆଗରେ କହିଥିଲେ, ମୁଁ କହିଲେ ରାଜ୍ୟ ବଦଳି ଯିବ । ୩୦ ମିନିଟ୍ ସମୟ ଦରକାର। ସେତେବେଳେ ଅର୍ଚ୍ଚନାଙ୍କ ଏହି ବୟାନ ରାଜ୍ୟରେ ବେଶ୍ ହଇଚଇ ସୃଷ୍ଟି କରିଥିଲା ।

ଏସବୁ ଭିତରେ ୩୦ ଦିନ ବିତିବାକୁ ଯାଉଥିବା ବେଳେ ଇଡିକୁ ଅର୍ଚ୍ଚନା ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ନାହାନ୍ତି । ଏବେ ଜେଲରେ ଜେରା ବେଳେ ଅର୍ଚ୍ଚନାଙ୍କୁ ଇଡି ଜବତ ଇଲେକ୍ଟ୍ରୋନିକ୍ସ ଡିଭାଇସରୁ ମିଳିଥିବା ତଥ୍ୟ ନେଇ ପଚରାଉଚରା କରିପାରେ ବୋଲି ଆଶା କରାଯାଉଛି।

Related Posts