ରାଜଧାନୀରେ କଙ୍ଗାରୁ କୋର୍ଟ: ବସ୍ତିରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁ କୋର୍ଟ । ଭୁବନେଶ୍ୱରର ଏକ ବସ୍ତିରେ ଜଣେ ଯୁବକଙ୍କୁ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି | ମିଳିଥିବା ସୂଚନା ମୁତାବକ ରାଜଧାନୀର ଧିରୀକୁଟ ବସ୍ତିରେ ଜଣେ ଯୁବକଙ୍କୁ କିଛି ଯୁବକ ନିସ୍ତୁକ ମାଡ଼ ମାରିଛନ୍ତି | ଯୁବକଙ୍କ ହାତ ଗୋଡ଼ ବାନ୍ଧି ଆଖିବୁଜା ମାଡ ମରାଯାଇଥିବାର ଯୁବକ ଜଣକ ଅଭିଯୋଗ କରିଛନ୍ତି |

କୁହାଯାଉଛି ଯେ କୌଣସି ଏକ ବିବାଦର ସମାଧାନ ପାଇଁ ଏହି ଯୁବକଙ୍କୁ ଡକାଯାଇଥିଲା |

ଆଉ ତାଙ୍କର ହାତ ଗୋଡ ବାନ୍ଧି ନିସ୍ତୁକ ମାଡ ମରାଯାଇଥିଲା | ଯୁବକଙ୍କୁ ମାଡ ମରାଯାଇଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି | ଏନେଇ ଯୁବକ ଜଣକ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି | ଆଉ ଯୁବକଙ୍କ ଅଭିଯୋଗ ପରେ ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ କରୁଛି | ୫ ରୁ ୬ ଜଣ ଯୁବକଙ୍କ ନାଁ ରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ପୋଲିସ ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

Related Posts