ଏଡିଆର ରିପୋର୍ଟ: ଗୁଜୁରାଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଅଧିକ ଦାଗୀ ନେତାଙ୍କୁ ପ୍ରାର୍ଥୀ କରିଛି ଆପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ଦାଗୀ ପ୍ରାର୍ଥୀଙ୍କ ଏକ ଲମ୍ବା ତାଲିକା ସାମ୍ନାକୁ ଆସିଛି । ଏହି ଦାଗୀ ପ୍ରାର୍ଥୀଙ୍କ ଭିତରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ) ସବୁଠାରୁ ଆଗରେ ଥିବା ଜଣାପଡିଛି । ଏହା ପରେ କଂଗ୍ରେସ । ତେବେ ବିଜେପି ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି।

ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୮୯ ଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ଏଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୭୮୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମୋଟ ୧୬୭ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେଥିମଧ୍ୟରୁ ୧୦୦ ଜଣଙ୍କ ବିରୋଧରେ ହତ୍ୟା ଏବଂ ବଳାତ୍କାର ଭଳି ଗୁରୁତର ଅଭିଯୋଗ ରହିଛି । ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ର ଏକ ରିପୋର୍ଟ ଏହା ଜଣାପଡିଛି ।
ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୭୮୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୧ ଜଣ କୋଟିପତି ଅଟନ୍ତି । ସେଥିମଧ୍ୟରୁ ଶାସକ ଭାରତୀୟ ଜନତା ପାର୍ଟିରେ ୭୯ ଜଣ ପ୍ରାର୍ଥୀ ଅଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୨୧ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେଥିମଧ୍ୟରୁ ୧୩ ପ୍ରତିଶତଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି । ଆପ୍ ଏହି ପ୍ରସଙ୍ଗରେ ଏକ ନମ୍ବର ସ୍ଥାନରେ ରହିଛି । ଏହାର ୩୬ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଆପ୍‌ର ୩୦ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା, ବଳାତ୍କାର, ଆକ୍ରମଣ ଏବଂ ଅପହରଣ ଭଳି ଗୁରୁତର ଅଭିଯୋଗ ରହିଛି । ଆମ୍ ଆଦମୀ ପାର୍ଟୀ ସମୁଦାୟ ୩୨ ଜଣ ଦାଗୀ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି ।

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଥିବା ଆମ ଆଦମୀ ପାର୍ଟୀ ପରେ ଦ୍ବିତିୟ ସ୍ଥାନରେ କଂଗ୍ରେସ ରହିଛି । ୨୦ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ମାମଲା ଚାଲିଛି । ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୩୧ । ଶାସକ ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୪ ଜଣ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଦେଇଛି । ବିଜେପି ୧୬ ପ୍ରତିଶତ ଦାଗୀ ପ୍ରାର୍ଥୀ ଦେଇଛି । ସେଥିମଧ୍ୟରୁ ୧୨ ପ୍ରତିଶତ ଗୁରୁତର ଅଭିଯୋଗର ସମ୍ମୁଖୀନ ହେଉଛନ୍ତି ।

Related Posts