ଲାଭ ଉପାର୍ଜନ ପାଇଁ ଶିକ୍ଷା ଏକ ବ୍ୟବସାୟ ନୁହେଁ, ଟ୍ୟୁସନ ଫି ସବୁବେଳେ ଶସ୍ତା ହେବା ଉଚିତ୍ : ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲାଭ ଉପାର୍ଜନ ପାଇଁ ଶିକ୍ଷା ଏକ ବ୍ୟବସାୟ ନୁହେଁ । ଏଭଳି ପରିସ୍ଥିତିରେ ଟ୍ୟୁସନ ଫି ସବୁବେଳେ ଶସ୍ତା ହେବା ଉଚିତ୍ । ଏନେଇ ଆଜି ସୁପ୍ରିମକୋର୍ଟ ଏକ ଶକ୍ତ ଟିପ୍ପଣୀ ଦେଇଛନ୍ତି ।

ବାସ୍ତବରେ ଆନ୍ଧ୍ରପ୍ରଦେଶ ସରକାର ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୨୪ ଲକ୍ଷ ଟଙ୍କା ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଧାର୍ଯ୍ୟ ଶୁଳ୍କଠାରୁ ସାତଗୁଣ ଅଧିକ ।ଏହା ଆଦୌ ଠିକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଥାଉକି, ସୋମବାର ଜଷ୍ଟିସ୍ ଏମଆର ଶାହା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଏକ ବେଞ୍ଚ ଦ୍ୱାରା ଏହି ପର୍ଯ୍ୟବେକ୍ଷଣ କରାଯାଇଥିଲା । ବାସ୍ତବରେ, ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରି ବେଞ୍ଚ୍ ଏହା କହିଛନ୍ତି, ଯେଉଁଥିରେ ରାଜ୍ୟ ସରକାରଙ୍କ ଦ୍ୱାରା ଏମ୍ବିବିଜ ଛାତ୍ରମାନଙ୍କ ପାଇଁ ଦିଆଯାଇଥିବା ଟ୍ୟୁସନ ଫିସ ବୃଦ୍ଧି ପାଇଁ ନିଷ୍ପତ୍ତି ପ୍ରତ୍ୟାଖ୍ୟାନ କରାଯାଇଥିଲା ।

୨୦୧୭ ସେପ୍ଟେମ୍ବର ୬ରେ ଆନ୍ଧ୍ରପ୍ରଦେଶ ସରକାର ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଶୁଳ୍କ ବୃଦ୍ଧି କରିଥିଲେ । ଅଦାଲତ କହିଛନ୍ତି ଯେ ୨୦୧୭-୨୦ ବର୍ଷ ପାଇଁ ପାଠ୍ୟକ୍ରମ ଶୁଳ୍କ ବୃଦ୍ଧି ସମ୍ପର୍କିତ ୬ ସେପ୍ଟେମ୍ବର, ୨୦୧୭ ତାରିଖର ସରକାରୀ ଆଦେଶକୁ ଏଡ଼ାଇ ଦେବାରେ ହାଇକୋର୍ଟ କୌଣସି ଭୁଲ କରି ନାହାଁନ୍ତି । ବାର୍ଷିକ ୨୪ ଲକ୍ଷ ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ଫି ସାତଗୁଣ ଆଦୌ ଯଥାର୍ଥ ନୁହେଁ । ଶିକ୍ଷା ଏକ ଲାଭଜନକ ବ୍ୟବସାୟ ନୁହେଁ । ଟ୍ୟୁସନ ଫି ସବୁବେଳେ ଶସ୍ତା ହେବା ଉଚିତ୍।

ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ୟୁସନ ଫି ନିର୍ଣ୍ଣୟ ବା ସମୀକ୍ଷା କରିବାବେଳେ ଆଡମିଶନ ଏବଂ ଫି ନିୟାମକ କମିଟି (AFRC) ଦ୍ବାରା କେତେକ କାରଣ ଉପରେ ଆଲୋଚନା ହେବା ଆବଶ୍ୟକ । ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୬ ସେପ୍ଟେମ୍ବର, ୨୦୧୭ ରେ ସରକାରୀ ଆଦେଶରେ ଟ୍ୟୁସନ ଫି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେବାରେ କୌଣସି ଭୁଲ କରିନାହାଁନ୍ତି । ତେଣୁ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତି ଯଥାର୍ଥ ଅଟେ ।

ଅଦାଲତ ଦର୍ଶାଇଛନ୍ତି ଯେ ୦୬.୦୯.୨୦୧୭ ତାରିଖର ସରକାରୀ ଆଦେଶ ଅନୁଯାୟୀ ପୁନରୁଦ୍ଧାର / ସଂଗ୍ରହ କରାଯାଇଥିବା ଅର୍ଥକୁ ପରିଚାଳନାକୁ ଅନୁମତି ଦିଆଯାଇପାରିବ ନାହିଁ। ମେଡିକାଲ କଲେଜଗୁଡ଼ିକ ଏହି ରାଶି ବହୁ ବର୍ଷ ଧରି ବ୍ୟବହାର କରିଆସୁଛନ୍ତି ଏବଂ ଏହାକୁ ବହୁ ବର୍ଷ ଧରି ରଖିଛନ୍ତି ବୋଲି କୋର୍ଟ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ, ଛାତ୍ରମାନେ ଆର୍ଥିକ ପ୍ରତିଷ୍ଠାନ ଏବଂ ବ୍ୟାଙ୍କରୁ ରୁଣ ପାଇବା ପରେ ଅଧିକ ଟ୍ୟୁସନ ଫି ଏବଂ ଅଧିକ ସୁଧ ହାର ପ୍ରଦାନ କରିଛନ୍ତି । ତେଣୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶ ବିରୋଧରେ ମେଡିକାଲ କଲେଜ ଦେଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

Related Posts