ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭବାନୀପାଟଣାସ୍ଥିତ ଘର ଉପରକୁ ଅଣ୍ଡାମାଡ଼

କଳାହାଣ୍ଡି: ଥମୁନି ବିବାଦ । ମମିତା ମିଷ୍ଟିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିରୋଧୀମାନେ ଟାର୍ଗେଟ କରୁଛନ୍ତି । ମଙ୍ଗଳବାର ମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବାବେଳେ ଆଜି ଭବାନୀପାଟଣାସ୍ଥିତ ବାସଭବନରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଛି । କର୍ମୀମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଅଣ୍ଡାମଡ଼ କରିଛନ୍ତି । ତେବେ ଗୋବିନ୍ଦ ସାହୁ ଏବେ ପୋଲିସ ହେପାଜତରେ ଥିବାବେଳେ ତାଙ୍କ ମନ୍ତବ୍ୟ ଉପରେ ରହିଛି ସମସ୍ତଙ୍କ ନଜର ।

Related Posts