କେବେ ଇସ୍ତଫା ଦେବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର?

ଭୁବନେଶ୍ୱର: ଚାରିଆଡ଼େ ଗୋଟିଏ ଚର୍ଚ୍ଚା । କେବେ ଇସ୍ତଫା ଦେବେ ରାଷ୍ଟ୍ରଗୃହ ମନ୍ତ୍ରୀ କ୍ୟାପଟେନ ବିଦ୍ୟ ଶଙ୍କର ମିଶ୍ର । ମହାଲିଙ୍ଗ ମିଷ୍ଟ୍ରିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ଉଠିଛି ପ୍ରଶ୍ନବାଚୀ । ବିରୋଧୀ କଂଗ୍ରେସ ଏବଂ ବିଜେପି ଘନଘନ ପ୍ରେସମିଟ୍ କରି ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ଏପରିକି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ମହାଲିଙ୍ଗ କଲେଜରେ ପ୍ରଚୁର ପରିମାଣର ସରକାରୀ ଅନୁଦାନ ଲାଗୁଥିଲା । ଏପରିକି ମାସକୁ ଥରେରୁ ଦୁଇଥର ସେଠାକୁ ମନ୍ତ୍ରୀ ଯାଆନ୍ତି ଏବଂ ରାତିରେ ମଧ୍ୟ ରୁହନ୍ତି । ଗତକାଲି କଲେଜର ଜଣେ କର୍ମଚାରୀ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ନେଇ ମନ୍ତ୍ରୀଙ୍କ ଉପରକୁ ଉଠିଛି ଅଙ୍ଗୁଳି । କଲେଜରେ କିଛି ଅନୈତିକ କାର୍ଯ୍ୟ ଚାଲିଥିଲା । ଆଉ ଏକଥା ମନ୍ତ୍ରୀଙ୍କୁ ମଧ୍ୟ ଜଣାଥିଲା । ଏପରିକି ମମିତା ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ବିରୋଧୀମାନେ ବାରମ୍ବାର କହି ଆସୁଛନ୍ତି । ଏଣୁ ବିରୋଧୀମାନେ ଦାବି କରୁଛନ୍ତି କି ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ତେବେ ଦେଖିବାକୁ ବାକି ରହିଲା ବିରୋଧୀଙ୍କ ବାଣ କେୋତ କାମ କରୁଛି ଆଉ ମନ୍ତ୍ରୀ ଇସ୍ତଫା ଦେଉଛନ୍ତି ।

Related Posts