କିଙ୍ଗ ଚାର୍ଲ୍ସ ଏବଂ ପତ୍ନୀ କ୍ଵିନ କ୍ୟାମିଲାଙ୍କ ଉପରେ ଅଣ୍ଡାମାଡ ଘଟଣା: ଜଣେ ଯୁବକ ଅଟକ

ନୁଆଦିଲ୍ଲୀ: କିଙ୍ଗ ଚାର୍ଲ୍ସ ଏବଂ ତାଙ୍କ ପତ୍ନୀ କ୍ଵିନ କ୍ୟାମିଲା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କ ଉପରେ ଅଣ୍ଡାମାଡ ହୋଇଛି। ଏହି ଘଟଣାରେ ବୁଧବାର ଜଣେ ଯୁବକଙ୍କୁ ପୋଲିସ୍ ଅଟକ ରଖିଛି। ବ୍ରିଟେନ୍‌ର ୟର୍କରେ ଏକ ପାରମ୍ପରିକ ସମାରୋହରେ ବ୍ରିଟିଶ ସମ୍ରାଟ ଏବଂ ତାଙ୍କ ପତ୍ନୀ ସାମିଲ୍ ହୋଇଥିଲେ।

ତେବେ ଘଟଣାରେ ଅଣ୍ଡା ଦେହରେ ବାଜି ନଥିଲେ ହେଁ ନିକଟରେ ପଡିଥିଲା। ତଥାପି ଉଭୟ ବିଚଳିତ ବା ବ୍ୟତିବ୍ୟସ୍ତ ହୋଇନଥିଲେ। ପୋଲିସ୍ ହେପାଜତକୁ ନେଇଥିବା ଏହି ବ୍ୟକ୍ତି ୟର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତଦନ୍ତ କରି ପୋଲିସ ଯୁବକଙ୍କୁ ଉଠାଇ ନେଇଛି।

ନିଜ ମାଆ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ସେପ୍ଟେମ୍ବରରେ ସମ୍ରାଟ ପଦ ଗ୍ରହଣ କରିଥିବା ଚାର୍ଲ୍ସ ବର୍ତ୍ତମାନ ଦୁଇ ଦିନିଆ ଉତ୍ତର ଇଂଲଣ୍ଡ ଗସ୍ତରେ ଆସିଛନ୍ତି। ଉଲ୍ଲେଖନୀୟ କୁଇନ୍ ଏଲିଜାବେଥ ଦ୍ଵିତୀୟଙ୍କ ପରଲୋକ ପରେ କିଙ୍ଗ ଚାଲ୍ସ ତୃତୀୟ ବ୍ରିଟେନ୍‌ର ନୂତନ ସମ୍ରାଟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓରୁ ଦେଖିବା ମିଳିଛି ଯେ, ଚାରୋଟି ଅଣ୍ଡା ବ୍ରିଟିଶ ସମ୍ରାଟ ଏବଂ ତାଙ୍କ ପତ୍ନୀଙ୍କ ଉପରେ ଯାଉଥିବା ଦେଖିବାକୁ ମିଳିଛି। ୟର୍କରେ ଏକ ପାରମ୍ପରିକ ସମାରୋହରେ ଯୋଗ ଦେବାକୁ ସେ ପହଞ୍ଚିଥିଲେ।

Related Posts