ଇଦ ପର୍ବକୁ ମୁସଲମାନ ଭାଇ ଭଉଣୀମାନେ ଆନନ୍ଦରେ ପାଳନ କରନ୍ତୁ; ହେଲେ ୪ ତାରିଖରେ ପୂର୍ବ ଯୋଜନା ଅନୁଯାୟୀ ମସଜିଦ ସମ୍ମୁଖରେ ହନୁମାନ ଚାଳିସା ପାଠ କରାଯିବ: ରାଜ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରଷ୍ଟ୍ରରେ ଲାଇଡସ୍ପିକରକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ସେପଟେ ଆସନ୍ତାକାଲି ମସଜିଦ ସମ୍ମୁଖରେ ହନୁମାନ ଚାଳିଶା ପଢ଼ିବାର ଯୋଜନାକୁ ବାତିଲ କଲେ ରାଜ ଠାକରେ ା ଏହା ମଧ୍ୟରେ ସମ୍ପୂର୍ଣ୍ଣ ଘଟଣା ଆରମ୍ଭ କରିଥିବା ନେତା ରାଜ ଠାକରେଙ୍କ ଆଉ ଏକ ବୟାନ ସାମ୍ନାକୁ ଆସିଛି । ତେବେ ଆସନ୍ତାକାଲି ଇଦ୍। ମୁସଲମାନ ଭାଇ-ଭଉଣୀମାନେ ଏହି ପର୍ବକୁ ଆନନ୍ଦରେ ପାଳନ କରିବା ଉଚିତ୍। ଆସନ୍ତାକାଲି କୌଣସି ମହାରାଷ୍ଟ୍ର ନବନିର୍ମାଣ ସେନା କର୍ମୀ ହନୁମାନ ଚାଳିଶା ପାଠ କରିବେ ନାହିଁ।

ମେ ୪ ତାରିଖରେ ଲାଉଡସ୍ପିକରରେ ହନୁମାନ ଚାଳିଶା ପଢ଼ିବାର ଯେଉଁ ଯୋଜନା ଥିଲା, ଏନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ ଠାକରେ। ଏହା ସହ ଲାଉଡସ୍ପିକର ପ୍ରସଙ୍ଗ ଧାର୍ମିକ ନୁହେଁ ବରଂ ସାମାଜିକ ଅଟେ। ଏହି ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ କ’ଣ କରାଯିବ, ମୁଁ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦିନ ଟ୍ୱିଟ୍ କରି କହିବି ବୋଲି ରାଜ ଠାକରେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts