
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାହୁଲଙ୍କୁ ଉସମାନିଆ ୟୁନିର୍ଭସିଟି ଯିବାକୁ ଅନୁମତି ନମିଳିବାରୁ ବଢ଼ୁଛି ବିବାଦ । ରାହୁଲଙ୍କ ଗସ୍ତକୁ ଅନୁମତି ଦେବା ନେଇ ଏକ ଛାତ୍ର ଗୋଷ୍ଠୀ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ରାହୁଲ ମେ ୬ ଏବଂ ମେ ୭ରେ ତେଲଙ୍ଗାନା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି। ଏହି ସମୟରେ ତାଙ୍କର ଉସମାନିଆ ବିଶ୍ଵ ବିଦ୍ୟାଳୟ ଯିବାର ଥିଲା। ସେଠାରେ ସେ ଛାତ୍ରଙ୍କୁ ସମ୍ବୋଧିତ କରିଥାନ୍ତେ। କିଛି ଅନ୍ୟ କାର୍ୟ୍ୟକ୍ରମରେ ସାମିଲ୍ ହେବାର ଯୋଜନା ଥିଲା। କଂଗ୍ରେସ ତାଙ୍କ ଗସ୍ତକୁ ଅଣ ରାଜନୈତିକ କାର୍ୟ୍ୟକ୍ରମ ଦର୍ଶାଇ କହିଛି ଯେ, ସେଠାରେ ସେ କେବଳ ଛାତ୍ରଙ୍କ ସମ୍ବୋଧିତ କରିବେ। ତେବେ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହା କହି ମଞ୍ଜୁରୀ ଦେବାକୁ ମନା କରି ଦେଇଛି ଯେ, ବିଶ୍ଵ ବିଦ୍ୟାଳୟରେ କୌଣସି ରାଜନୈତିକ ବ୍ୟକ୍ତିଙ୍କ ଅଣ ଏକାଡେମୀ ଗତିବିଧିକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ।
ବିଶ୍ଵ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ବିରୋଧରେ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି କିଛି ଛାତ୍ର। ସେପଟେ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ୨୦୧୭ ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଶ୍ଵ ବିଦ୍ୟାଲୟରେ କୌଣସି ରାଜନୈତିକ ଗତିବିଧିକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ। ଏହା ପରେ ୟୁନିଭର୍ସିଟି ଆଦେଶ ଉପରେ ପ୍ରସ୍ତାବ ପାରିତ କରିଥିଲା। କିନ୍ତୁ ୟୁନିଭର୍ସିଟିର ଏକ ଅଧ୍ୟାପକ ଗୋଷ୍ଠୀଙ୍କ ମତରେ ରାହୁଲ ଗାନ୍ଧୀଙ୍କ କାର୍ୟ୍ୟକ୍ରମର ଆୟୋଜନରେ କିଛି ଭୁଲ୍ ନାହିଁ। ଲ ପ୍ରଫେସର ଜି.ବିନୋଦ କୁମାର କହିଛନ୍ତି ଏହା ରାଜନୈତିକ ନୁହେଁ ବରଂ ବୌଦ୍ଧିକ ଗତିବିଧି। ରାହୁଲ ଗାନ୍ଧୀ ଛାତ୍ରଙ୍କ ସହ କିଛି ପ୍ରସଙ୍ଗରେ ଆଲୋଚନା ପାଇଁ ଆସୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।