ଅଡ଼ୁଆରେ ଇମ୍ରାନ ଖାନ; ଶାହବାଜ ଶରିଫଙ୍କ ବିରୋଧରେ ସ୍ଲୋଗାନ ଦେବା ମାମଲାରେ ଇମ୍ରାନ ଖାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଡ଼ୁଆରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ବିରୋଧରେ ସ୍ଲୋଗାନ ଦେବା ମାମଲାରେ ଇମ୍ରାନ ଖାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ । ଶାସକ ଦଳର ପିଏମଏଲ-ଏନ୍ ସମର୍ଥକମାନେ କହିଛନ୍ତି ଯେ ମେଦିନାରେ ଯାହା ଘଟିଥିଲା, ତାହା ଇମ୍ରାନ ଖାନଙ୍କ ନିର୍ଦ୍ଦେଶରେ ଘଟିଥିଲା। ସ୍ଲୋଗାନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବ ବୋଲି ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ତରଫରୁ କୁହାଯାଇଛି।

ତେବେ ସାଉଦି ଆରବର ମଦିନାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ଙ୍କ ବିରୋଧରେ ‘ଚୋର୍-ଚୋର୍’ ସ୍ଲୋଗାନ ଦେବା କାରଣରୁ ପାକିସ୍ତାନ ପଞ୍ଜାବ ପୁଲିସ କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସମେତ ୧୫୦ଜଣଙ୍କ ନାଁରେ ‘ଏଫ୍ଆଇଆର୍’ ରୁଜୁ କରିଥିଲା। ଶନିବାର ରାତିରେ ପଞ୍ଜାବ ପୁଲିସ ‘ପାକିସ୍ତାନ ତେହରୀକ୍-ଇ-ଇନ୍ସାଫ୍’ର ଅଧ୍ୟକ୍ଷ ଇମ୍ରାନ୍ ଖାଁ ଏବଂ ପୂର୍ବତନ ଫେଡେରାଲ୍ ମନ୍ତ୍ରୀ ଫୱାଦ୍ ଚୌଧୁରୀ, ଶେଖ୍ ରଶୀଦ୍ ଏବଂ ଇମ୍ରାନ୍ ଖାଁଙ୍କର ପୂର୍ବତନ ଉପଦେଷ୍ଟା ଶାହାବାଜ୍ ଗୁଲ୍, ସଂସଦର ଉପବାଚସ୍ପତି କାସିମ୍ ସୂରୀ ଏବଂ ଲଣ୍ଡନସ୍ଥିତ ଇମ୍ରାନ୍ଙ୍କ ଘନିଷ୍ଠ ସହଯୋଗୀ ଅନୀଲ୍ ମୁସାରାତ୍ ଏବଂ ସାହିବଜାଦା ଜହାଙ୍ଗୀରଙ୍କ ନାମରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯାଇଥିଲା।

Related Posts